ତୈଲିକ ବୈଶ୍ୟ ସମାଜ ପକ୍ଷରୁ ସହାୟତା ରାଶି ପ୍ରଦାନ ।

0 138

ପଦ୍ମପୁର,(ପିପିଟି)୦୨/୦୫, ଆକସ୍ମିକ ଭାବେ ଉଭା ହୋଇଥିବା କରୋନା ମହାମାରୀର ମୁକାବିଲା ସକାଶେ ବରଗଡ ଜିଲ୍ଲା ତୈଲିକ ବୈଶ୍ୟ ସମାଜ ତରଫରୁ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୨୧ହଜାର ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ବର୍ତ୍ତମାନର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ମାଧ୍ୟମରେ ଉପଜିଲ୍ଲାପାଳ କାର୍ଯାଳୟ ପରିସର ରେ ପ୍ରଦାନ କରାଯାଇଛି । ପ୍ରଦାନ ସମୟରେ ସଭାପତି ମନୋରଂଜନ ସାହୁ,ସମ୍ପାଦକ ପରମେଶ୍ୱର ସାହୁ,କୋଷାଧ୍ୟକ୍ଷ ବେଣୁଧର ସାହୁ,ଉପ ସଭାପତି ଉଗ୍ରେସନ ସାହୁ ଓ ମାର୍କେଣ୍ଡୟ ସାହୁ ଏବଂ ପଦ୍ମପୁର ବ୍ଲକ ସଭାପତି ଦିନେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ମହତ କାର୍ଯ୍ୟ ସକାଶେ ବିଧାୟକ ଶ୍ରୀ ବରିହା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.