ତାମିଲନାଡୁରୁ ପ୍ରବାସୀ ଓଡିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍ ରାୟଗଡାରେ ପହଞ୍ଚିଲା ।

0 162

ରାମନାଗୁଡା,(ପିପିଟି ନ୍ଯୁଜ୍)୧୪/୦୫,ଆଜି ତାମିଲନାଡୁ ରାଜ୍ୟର ତିରୁପୁର ରୁ ପ୍ରବାସୀ ଓଡ଼ିଆ ଙ୍କୁ ନେଇ ରାୟଗଡା ରେ ପହଞ୍ଚିଛି ସ୍ୱତନ୍ତ୍ର ସୁଭଯାତ୍ରା ଟ୍ରେନ ।ଏହି ଟ୍ରେନରେ ରାୟଗଡା ,ଟିଟିଲାଗଡ଼ ଓ ଭବାନୀପାଟଣା ଯିବ।ରାୟଗଡା ଷ୍ଟେସନ୍ ରେ ପାଖା ପାଖି ୨୦୦ ପ୍ରବାସୀ ଓଡ଼ିଆ ଆସିପହଁଚିଛନ୍ତି । ଏଥିପାଇଁ ରାୟଗଡା ସହର ରେ ୧୪୪ ଧାରା ଜାରି କରାଯାଇଛି।ଏହି ଟ୍ରେନ ରେ ରାୟଗଡା ଜିଲ୍ଲା ର ୭୩,ନବରଙ୍ଗପୁର ର ୪୯,ଗଜପତି ଜିଲ୍ଲାର ୨୭ ,କୋରାପୁଟ ଜିଲ୍ଲାର ୦୫ ,କଳାହାଣ୍ଡି ଜିଲ୍ଲାର ୨୮ ଜଣ ଓ କନ୍ଧମାଳ ଜିଲ୍ଲା ୦୪ ଜଣ ପ୍ରବାସୀ ଓଡ଼ିଆ ଏହି ଟ୍ରେନ ରେ ଆସିଛନ୍ତି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମର ବେହେରା ଓ ଏସପି ଶ୍ରବଣ ବିବେକ ରେଳ ଷ୍ଟେସନରେ ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିଛନ୍ତି। ଏହାପରେ ସେମାନଙ୍କ ନାମକୁ ରେଜିଷ୍ଟ୍ରେସନ କରାଯାଇ ସ୍ୱତନ୍ତ୍ର ବସଯୋଗେ ନବରଙ୍ଗପୁର, ଗଜପତି, କୋରାପୁଟ,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସେମାନଙ୍କୁ ପଠାଯାଇଛି ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.