ତହସିଲଦାର ଓ ନୀର୍ବାହୀ ଅଧିକାରୀଙ୍କ କରୋନା ସଚେତନତା ।

0 102

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୦୨/୦୬, କୋଭିଡ-୧୯ ପାଇଁ ଭାରତରେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ସମାପ୍ତ ହୋଇଛି ।ଏହା ପରେଆରମ୍ଭ ହୋଇଛି ଅନ୍ ଲକ୍-୧.୦ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ କିଛି କଟକଣା କୋହଳ ହୋଇଥିଲେ ମଧ୍ୟ ନିଜ ରାଜ୍ୟରେ କରୋନା ପରିସ୍ଥିତି ଅନୁଧ୍ୟାନ କରି କଟକଣା ନିଷ୍ପତ୍ତି ରାଜ୍ୟ ନେଇପାରିବେ ବୋଲି କୁହାଯାଇଥିଲା ।ଏହା ପରେ ଓଡିଶାରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଇଡଲାଇନ ଜାରି କରି ଘୋଷଣା କରିଛନ୍ତି ନିଜସ୍ୱ ମାର୍ଗଦର୍ଶିକା ।ଏହି ମାର୍ଗଦର୍ଶିକା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।ଏହି ମାର୍ଗଦର୍ଶିକା ଆଧାରରେ ଆଜି ବେଲଗୁଣ୍ଠା ସହରରେ ଓ ଆଖପାଖ ଅଞ୍ଚଳରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ନୀର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା,ଏନ୍.ଏ.ସି କର୍ମଚାରୀମାନେ ମିଳିତ ଭାବେ ପ୍ରତି ଦୋକାନକୁ ଯାଇ ଦୋକନୀ ଓ ଗ୍ରାହକଙ୍କୁ ସଚେତନ କରାଇଛନ୍ତି ।ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ମଧ୍ୟ ପ୍ରଚାର କରାଯାଇଥିଲା ।ମାସ୍କ ପିନ୍ଧିବା,ସାମାଜିକ ଦୁରତ୍ୱ ବଜାୟ ରଖିବା, ବାହାରେ ଛେପ ନ ପକାଇବା, ହୋଟେଲରେ ଖାଇବାକୁ ନ ଦେଇ କେବଳ ପାର୍ସଲ ବ୍ୟବସ୍ଥା କରିବା,ବ୍ୟାଙ୍କ ଓ ଏଟିଏମ୍ ରେ ଦୁରତ୍ୱ ରଖିବା,ବଜାରରେ ଅଯଥା ଗହଳି ନ କରିବା ପାଇଁ ଗୁରୁତ୍ୱ ଦେଇଥିଲେ ।ଏହାକୁ ଅବମାନନା କରି ମାସ୍କ ନ ପିନ୍ଧିଲେ,ସାମାଜିକ ଦୂରତ୍ୱ ନ ମାନିଲେ ଏବଂ ବାହାରେ ଛେପ ପକାଇଲେ ଦୁଇଥର ୫୦୦ ଟଙ୍କା ଲେଖାଏଁ ଓ ତୃତୀୟ ଥର ୧୦୦୦ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ପ୍ରକାଶ କରିଥିଲେ ।ଉଭୟ ଅଧିକାରୀ ସହରରେ ଥିବା ବ୍ୟାଙ୍କ ମାନଙ୍କୁ ଯାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକୁ ମାନଙ୍କୁ ମଧ୍ୟ ସାମାଜିକ ଦୁରତ୍ୱ କୁ ଗୁରୁତ୍ୱ ଦେବାପାଇଁ କହିଥିଲେ ।ସହରର ଔଷଧ ଦୋକାନ ବାଦ୍ ଦେଇ ଅନ୍ୟ ସମସ୍ତ ଦୋକାନ ସକାଳ ୭ ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲରହିବ ।କୌଣସି ଦୋକାନି ମଧ୍ୟ ଏହାକୁ ଅବମାନନା କଲେ ଦୋକନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଆବଶ୍ୟକୀୟ ସଚେତନତା ମାନିଲେ ଆମେ ଏହାକୁ ପ୍ରତିହତ କରିପାରିବବା ବୋଲି ନିର୍ବାହୀ ଅଧିକାରୀ ଧରଣୀଧର ବେହେରା ପ୍ରକାଶ କରିଛନ୍ତି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.