ତହସିଲଦାରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ।

0 387

ପଦ୍ମପୁର,୧୪/୦୭(ପିପିଟି); ଆଜି ପଦ୍ମପୁରର ଝାରବନ୍ଧ ସ୍ଥିତ ଚାନ୍ଦିନୀ ଚୌକ ଠାରେ ତହସିଲଦାର ପର୍ଶୁରାମ ପଣ୍ଡା ସ୍ଥାନୀୟ ସାମ୍ବାଦିକ ନକୁଳ ସାହୁ,ଜହନ କୁମ୍ଭାର ଓ ପ୍ରଦୀପ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜନ ସଚେତନତା ଅଭିଯାନ ଆୟୋଜନ କରିଥିଲେ । ଏଇ କିଛିଦିନ ହେଲା କରୋନା ହୁହୁ ହୋଇ ରାଜ୍ୟ ରେ ଦୃତଗତି ରେ ମାଡିଚାଲିଛି । ଏଭଳି କି ଝାରବନ୍ଧ ଅଞ୍ଚଳ  ମଧ୍ୟ ବାଦ ପଡିନି । ଏହାକୁ ଦୃଷ୍ଟି ରେ ରଖି ତହସିଲଦାର ଶ୍ରୀ ପଣ୍ଡା ଝାରବନ୍ଧର ପ୍ରବଳ ଜନଗହଳି ଛକକୁ ଆଖି ଆଗରେ ରଖି ସମସ୍ତ ସାମ୍ବାଦିକ ତଥା ଅଙ୍ଗନୱାଡି କର୍ମୀଙ୍କ ମାଧ୍ୟମରେ ନିଜେ ମାକ୍ସ ବାଣ୍ଟି ଜନସଚେତନତା କାର୍ଯ୍ୟକୁ ଆଗେଇ ନେଇଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.