ଟ୍ବିନ୍ ସିଟିରେ ଓଲା କ୍ଯାବ୍ ସେବା ପାଇଁ ପାସ୍ ।

0 48

ଭୁବନେଶ୍ୱର,୧୨/୦୪- ଗୋଟିଏ ପଟେ ଲକ୍‌ଡାଉନ୍‌କୁ ନେଇ ରାଜ୍ୟର ସମସ୍ତ ଟ୍ରେନ୍‌ ବସ୍‌ ଚଳାଚଳକୁ ବାତିଲ କରାଯାଇଥିବା ବେଳେ ରବିବାର କିଛି ଓଲା ଗାଡ଼ିକୁ ପାସ୍‌ ଦିଆଯାଇଥିବା ସୂଚନା ମିଳିଛି। ଲକ୍‌ଡାଉନ୍‌ରେ କେବଳ ଟ୍ବିନ୍‌ ସିଟିରେ ଚଳାଚଳ ଲାଗି ଏହି ପାସ ଦିଆଯାଇଛି। ଅପରାହ୍ନ ୩ଟା ସୁଦ୍ଧାର ୨ ସହର ଲାଗି ୧୦୦ଟି ଗାଡ଼ିକୁ କମିଶନରେଟ ପୋଲିସ ରବିବାର ପାସ୍‌ ଦିଆଯାଇଛି। ସ୍ବାସ୍ଥ୍ୟ ସେବା ଭଳି ଜରୁରିକାଳୀନ ସେବାରେ ଏହି ଗାଡ଼ି ନିୟୋଜିତ ହେବ। କେବଳ ଅସୁସ୍ଥମାନଙ୍କୁ ମେଡିକାଲ ନେବା ଆଣିବା କାର୍ଯ୍ୟ କରିବାକୁ ଏହି ପାସ ଦିଆଯାଇଛି ।କେବଳ ଦୁଇଜଣ ଯାତ୍ରୀ ଏଥିରେ ଯାଇପାରିବେ ।

Leave A Reply

Your email address will not be published.