ଝିଅର ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ କଲେ ପରିବାର ଲୋକେ ।

0 377

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ବଡ଼କୋଦଣ୍ଡା କୁମ୍ଭାର ସାହିରେ ରହୁଥିବା ଖଦାଳ ପ୍ରଧାନଙ୍କ ଝିଅ ମମାଲି ପ୍ରଧାନ ନିର୍ବନ୍ଧ ପରଦିନ ସେହି ସାହିରେ ରହୁଥିବା ପ୍ରେମିକ ପବିତ୍ର ବିଷୋୟୀ ସହ ଫେରାର ହୋଇଯାଇଥିଲା।ଏସମ୍ପର୍କ ରେ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା।ହେଲେ ଝିଅକୁ ୨୧ବର୍ଷ ହୋଇଥିବାରୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନଥିଲେ।ମମାଲି ଓ ପବିତ୍ର କିଛି ମାସ ବାହାରେ ରହିବା ପରେ ଏବେ ଭଞ୍ଜନଗର ପରିବା ମାର୍କେଟ ଗଳିରେ ଭଡାଘରେ ରହୁଥିଲେ।ହେଲେ ଗୁରୁବାର ରାତି ସାଢ଼େ ଆଠଟା ସମୟରେ ମମାଲି ଚୁନି ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଖବର ତାର ବାପଘର ଲୋକେ ପାଇଥିଲେ।ଏଥିରେ ସେମାନଙ୍କ ସନ୍ଦେହ ହେବାରୁ ମମାଲିର ମାଆ ପବିତ୍ର ଓ ତାର ବାପଘର ଲୋକ ମିଶି ମମାଲିକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଥାନାରେ କରିଥିଲେ।ଏହାକୁ ନେଇ ଆଜି ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟ ଆଲୋକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।ପବିତ୍ର କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି।

Leave A Reply

Your email address will not be published.