ଝଡ ତୋଫାନ ବର୍ଷାରେ ପାତ୍ରପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି।

0 106

ପାତ୍ରପୁର,(ପିପିଟି ନ୍ଯୁଜ୍)୦୮/୦୪- ପାତ୍ରପୁର ବ୍ଳକ ଅଞ୍ଚଳ ରେ ଗତକାଲି କାଳବୈଶାଖି ଝଡ଼ ତୋଫାନ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି। ବ୍ଳକ ର ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ କୋଳିହଳା ଗ୍ରାମ ର ଚୈଧୁରୀ ପାଢ଼ୀ ଓ ପୁନିଆ ପାଢ଼ୀ ଙ୍କ ଛାଳ ଛପର ଘର ଉପରେ ଏକ ନଡ଼ିଆ ଗଛ ପଡ଼ିଯାଇଥିବା ବେଳେ ଗ୍ରାମ ର ଉପେନ୍ଦ୍ର ସାହୁ ଙ୍କ ବାଉଣ୍ଡରି ଓ୍ବାଲ ଭାଙ୍ଗିପଡିଲା ଫଳରେ ପଡିଶା ଘରର ମଧ୍ୟ କ୍ଷତି ଘଟିଛି। ସେହିପରି ଭଦ୍ରାଞ୍ଚଳ ପାଢ଼ୀ ଙ୍କ ଗୁହାଳ କୁ ଝଡ଼ ତୋଫାନ ଉଡେଇ ନେଇଯାଇଥିବା ବେଳେ ତିନୋଟି ଛେଳି ଓ ଗାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଗୋଠଗା ଗ୍ରାମ ର  ହିରାଲାଲ ପାଢ଼ୀ  ଙ୍କ ଘର ଝିକର ଉଡ଼ାଇ ଦେଇଛି ।
ରିପୋର୍ଟ- ବଦ୍ରି ନାରାୟଣ ରଣା ।

Leave A Reply

Your email address will not be published.