ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ ପଦ୍ମପୁର ଗ୍ରସ୍ତ ।

0 378

ପଦ୍ମପୁର,ତା-୨୪/୦୬(ପିପିଟି); ବରଗଡ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ବିଭୁତି ଭୂଷଣ ମେହେର ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନରେ ଆସି ଚିକିତ୍ସାଳୟ ର ଅଭାବ ଅସୁବିଧା ସମ୍ପର୍କ ରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ତହସିଲ ସାହୁଙ୍କ ସହିତ ବିଶେଷ ଆଲୋଚନା କରିଥିବାର ଜଣାପଡିଛିା ଆଲୋଚନା ବେଳେ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେଲା ଖାଲିପଡିରହିଥିବା ଡାକ୍ତର ପଦବୀ ପୂରଣ ବିଶେଷ କରି  ସ୍ତ୍ରୀ ଓ ପ୍ରସୃତି ରୋଗ ବିଶେଷଜ୍ଞ, ମେଡିସିନ୍ ସ୍ପେସାଲିଷ୍ଟ ପଦବୀ ପୂରଣ ଉପରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସାହୁ ଜିଲ୍ଲା ଚିକିତ୍ସାଧିକାରୀ ଡା. ମେହେରଙ୍କୁ ଅନୁରୋଧ କରିଥିବାର ଜଣାପଡିଛି । ଏହି ଆଲୋଚନାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ରହି ଉପଖଣ୍ଡର ବିଭିନ୍ନ ବ୍ଲକ ଅଂଚଳରେ ଖୋଲାଯାଇଥିବା କୋଭିଡ-୧୯ ଅସ୍ଥାୟୀ ଶିବିର ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଆମ୍ବୁଲେନ୍ସ ପ୍ରଦାନ କରିବାପାଇଁ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ଅସ୍ଥାୟୀ ଶିବିରରେ କ୍ବାରେଣ୍ଟାଇନ  ରେ ରହୁଥିବା ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ସଂମ୍ବନ୍ଧୀୟ ତଦାରଖ ଉପରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ମେହେର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଆଲୋଚନା ସମୟରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରେ କାର୍ଯ୍ୟରତ ସମସ୍ତ ଡାକ୍ତର ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ବୋଲି ଉପଖଣ୍ଡ  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.