ଜିଲ୍ଲା ପ୍ରଶାସନ ନିୟମକୁ ଖୁଲମ ଖୋଲା ଉଲଂଘନ ।

0 1,174

ସାନଖେମୁଣ୍ଡି,ତା-୨୭/୦୬(ପିପିଟି); ମହାମାରୀ କରୋନା ବା କୋଭିଡ଼ ୧୯ ଦିନ କୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ସାରା ବିଶ୍ୱ ଏବେ କରୋନା କବଳରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଛନ୍ତି । ବିଶ୍ୱ ରେ ବହୁତ ଜୀବନ ନେଇସାରିଲାଣି କରୋନା । ସାଧାରଣ ଲୋକେ ନାହିଁନଥିବାର ଆସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଏବେ ଆମ ଗଞ୍ଜାମ ଜିଲ୍ଲାରେ ପ୍ରବେଶ କରି ଲୋକଙ୍କ ଜୀବନ ଗ୍ରାସ କରିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାକୁ ନେଇଁ ବହୁତ ଚିନ୍ତିତ । ପ୍ରଶାସନ କରୋନା କଟକଣା ଏବଂ ନିୟମ ମଧ୍ୟ ଲଗୁକରିଛନ୍ତି । କରୋନା ବ୍ରହ୍ମପୁର ସହରରେ ଅଧିକ ପଜିଟିଭ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟରେ ରଖି ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ।ଏଭଳି ପରିସ୍ଥିତି ରେ ଅମାନିଆ ଲୋକ ମାନେ ଏହାକୁ ଖାତିର ନକରି ଯୋଦ୍ଧା ଭଳି ରାସ୍ତା କାମ କରିବାରେ ଲାଗିଛନ୍ତି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ସତ୍ୱେ ଏମାନେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି । ଆଜି ସାରା ଓଡିଶା ସଟ ଡାଉନ ଥିବା ସତ୍ୱେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୋରଡା ପଞ୍ଚାୟତର ନବରଙ୍ଗପୁର ରେ ଏକ ରୋଡ କାମ ଚାଲୁଅଛି । ଲୋକ ମାନେ ପ୍ରଶାସନ ନିୟମକୁ ଖୁଲମଖୁଲା ଉଲଂଘନ  କରି ରୋଡ କାମ କରୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ମାନେ ଯଦି ନିୟମ କୁ ଉଲଂଘନ କରିବେ ତେବେ ଏ ନିୟମ କାହାପାଇଁ ସରକାର କରିଛନ୍ତି । ପ୍ରଶାସନ କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.