ପଦ୍ମପୁର,୩୧/୦୭(ପିପିଟି); ଚିର ମରୁଡି ପ୍ରପିଡିତ ଅଞ୍ଚଳ ଭାବେ ପଦ୍ମପୁର ସବଡିଭିଜନଟି ବେଶ ଭଲଭାବରେ ଓଡିଶା ମାନଚିତ୍ର ରେ ଅଦ୍ୟାବଧି ରହିଆସିଛି । ବର୍ତ୍ତମାନ ବର୍ଷାର ପରିମାଣ କମ ହେବାରୁ ଚାଷକାର୍ଯ୍ୟରେ ଅନେକ ବାଧା ଉପୁଜିବା ସଂଗେ ସଂଗେ ମହାମାରୀ କରୋନାର ପ୍ରାଦୃଭାବ ରେ ଆଜି ସମସ୍ତ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଚାଲିଛନ୍ତି । କୋଭିଡ-୧୯ ଯୋଗୁଁ ଆଜକୁ ୪ ମାସ ହେବ କେନ୍ଦ୍ର ସରକାର ହେଉ ବା ରାଜ୍ୟ ସରକାର ହୁଅନ୍ତୁ ତାଙ୍କର ଆଦେଶ ଅନୁଯାୟୀ କେତେବେଳେ ସଟ୍ ଡାଉନ ତ କେତେବେଳେ ଲକ୍ ଡାଉନକୁ ସମ୍ମାନ ଜଣାଇ ସମସ୍ତ ଦୋକାନ ବଜାର ବନ୍ଦ କରି ନୟାନ୍ତ ହୋଇ ପଡିଗଲୁଣି । ଏଣୁ ଆଜି କେନ୍ଦ୍ର ସରକାରଙ୍କ ଅନଲକ ପ୍ରକ୍ରିୟା ଓ ରାତ୍ରିକାଳିନ କର୍ଫ୍ୟୁ ଯେହେତୁ ଉଠାଇଦେଇଛନ୍ତି ତାକୁ ଆଖି ଆଗରେ ରଖି ଦୋକାନ ବଜାର ସ୍ୱାଭାବିକ ଭାବେ ପୂର୍ବ ରୁ ଯେମିତି ଖୋଲା ଯାଉଥିଲା ସେଭଳି ଖୋଲିବାକୁ ଅନୁମତି ଦିଆଯାଉ ବୋଲି ପଦ୍ମପୁର ବଣିକ ସଂଘର ସଭାପତି ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ପତ୍ର ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ କୁ ପ୍ରଦାନ କରିଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।