ଜାତୀୟ ପ୍ରେସ୍ର ଦିବସରେ ବିଜେପିର ଖବର ଦାତା ସମିଳନୀ :ସରକାରଙ୍କ ବିରୁଦ୍ଧରେ ବିଷୋଦଗାର ।

0 44

ପୋଲସରା,୧୬/୧୧(ପିପିଟି): ଆଜି ମଙ୍ଗଳବାର ଦିନ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପୋଲସରା ବିଜେପି କାର୍ଯ୍ୟାଳୟ ଠାରେ ଘୁମୁସର ଜିଲ୍ଲା ବିଜେପି ତରଫରୁ ଏକ ପ୍ରେସ୍ ମିଟ କରାଯିବ ସହ ଏହି ନିର୍ଵାଚନ ମଣ୍ଡଳୀରେ ବିଭିନ୍ନ ପ୍ରକାର ଚାଲିଥିବା ଦୃନୀତି ଭ୍ରଷ୍ଟାଚାର ଅନିୟମିତତା ଓ ବିପର୍ଯ୍ୟସ୍ତ ଆଇନଶୁଙ୍ଖଳା ଉପରେ ବିଷୋଦଗାର କରାଯଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ ଓ ଉପସଭାପତି ପ୍ରଭାକର ପଣ୍ଡାଯୋଗଦେଇ ପୋଲସରା, ବୁଗୁଡ଼ା ଉଭୟ ବ୍ଲକ ଓ ଏନ୍ଏସି ରେ ଚାଲିଥିବା ମନରେଗା, ମୋ ଆଦର୍ଶ ଗୁହାଳ, ପ୍ରଧାନମନ୍ତ୍ରୀ ଆବାସ, ମୋଉପକାରୀ ବଗିଚା, ଚାଷୀ ମାରଣନୀତି,ସଡ଼କ ନିର୍ମାଣରେ ଦୁର୍ନୀତି ତଳୁଉପର ସ୍ତର ପର୍ଯ୍ୟନ୍ତ ଦୁର୍ନୀତି, ପୋଲିସ ବିଭାଗକୁ ପ୍ରଭାବିତ କରି ବିଜେଡିର ସମର୍ଥକ ମାନଙ୍କୁ ସୁରକ୍ଷାପ୍ରଦାନ ଦେବାସହ ବିଜେପି ସମର୍ଥକ ମାନଙ୍କୁ ପୋଲିସ ଦ୍ଵାରା ବିଭିନ୍ନ ପ୍ରକାର ଦଫାରେ ହଇରାଣ, ହରକତ କରାଯିବା,ବିଭିନ୍ନ ପଦାପଦବୀରେ ଥିବା ଦଳୀୟନେତା ଓ କର୍ମକର୍ତ୍ତା ମାନଙ୍କ ଦୁର୍ନୀତି, ଅନିୟମିତତାକୁ ଘଣ୍ଟ ଘୋଡାଇବା, ବୃକ୍ଷ ରୋପଣରେ ହୋଇଥିବା ବ୍ୟାପକ ଅର୍ଥ ହେରଫେର କରାଯିବା । ପୋଲସରା ବିଧାୟକଙ୍କ ଇଙ୍ଗିତରେ ସରକାରୀ ବାବୁମାନେ କାମକରିବା ଏବଂ ବିଶେଷ କରି ଚିରିକିପୋଡା ଶାସନ, ଢୁଙ୍କାପଡା, ମାଳ ତେନ୍ତୁଳିଆ, ବଡ ପଙ୍କଳବାଡି, ହାତୀଓଟ, ମନ୍ଦାର, କଳମ୍ବ, ଜେଡେଙ୍ଗାପଦର, ବୁଡେଇଶୁନି, କଣଛାଇ, ମଧୁପଲି, ଖଣ୍ଡୁରୁ, ଯକର ଷୋଡକ, ବର୍ତ୍ତିନି, ପାଣ୍ଡିରିପୋଡ଼ା, ଗୋଛାବାଡି ପ୍ରମୁଖ ପଞ୍ଚାୟତ ସମେତ ବୁଗୁଡ଼ାର ଖୋଲୋଖାଳି, ଅରଖପୁର,, ଗୋଲିଆ, ବିଷ୍ନୁଚକ୍ର, ମାଣିତରା଼ ସମେତ ଆହୁରି ଅନେକ ପଞ୍ଚାୟତ ଗୁଡିକରେ ଦୁର୍ନୀତି ଚାଲିଥିବାକୁ ନେଇ ସଭାପତି ଶ୍ରୀ ମଲିକ ବିଧାୟକ ଏବଂ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏଥିସହ ଚଳିତ ମାସର ଲଗାଣସ ବର୍ଷାରେ ପୋଲସରା ନିର୍ବାଚନମଣ୍ଡଳୀର କ୍ଷତିଗ୍ରସ୍ତଚାଷୀ ମାନଙ୍କପ୍ରତି ଦୁଃଖ ପ୍ରକାଶକରିଥିଲେ ଏବଂ ଯଥାଶୀଘ୍ର ଚାଷୀମାନଙ୍କୁ କ୍ଷତିପୂରଣ ବାବଦକୁ ସବୁପ୍ରକାର ସାହାଯ୍ୟ କରିବାକୁ ସରକାରଙ୍କୁ ଦାବି କରିବାସହ ଆଗାମୀ ପନ୍ଦର ଦିନ ମଧ୍ୟ୍ୟରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ବିଜେପି ଦଳ ତରଫରୁ ଶାସକ ଓ ପ୍ରଶାସକ ଉଭୟଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବବୋଲି ଚେତେଇ ଦେଇଛନ୍ତି । ଏହି ବୈଠକରେ ଦଳର ଦୀପକ କୁମାର ପ୍ରଧାନ, ଦୁର୍ଯ୍ୟୋଧନସାହୁ, ଯଜ୍ଞନାରାୟଣ ସାହୁ,ଭଗବାନ ସାହୁଓ ସିମାଞ୍ଚଳ ସାହୁ ପ୍ରମୁଖ ନେତୃବୃନ୍ଦଙ୍କସମେତ ଅନେକ ବିଜେପି ସମର୍ଥକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟୀ ଦୀପକ କୁମାର ପ୍ରଧାନଙ୍କ ଆବାହକତ୍ବରେ ଏବଂ ପ୍ରଭାକର ପଣ୍ଡାଙ୍କ ପ୍ରତ୍ଯେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଶେଷରେ ଉକ୍ତ ସମୀଳନୀଟି କୁ ସଫଳ କରିବାରେ ସହଯୋଗ କରିଥିବା ଦଳର ସମସ୍ତ ସମର୍ଥକ ମାନଙ୍କୁ ଏବଂ ଉପସ୍ଥିତ ସମସ୍ତ ମିଡ଼ିଆ ବନ୍ଧୁମାନଙ୍କୁ ଦଳତରଫରୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.