ଜବତ କାଠ ଟ୍ରାକ୍ଟରକୁ ଛାଡି ଦେବା ପାଇଁ ମସୁଧା !

0 293

ପଦ୍ମପୁର(ପିପିଟି ନ୍ଯୁଜ୍)୦୫/୦୪ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ  ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ଗ୍ରାମ ରାସ୍ତା ରେ ଏକ କାଠ ବୋଝେଇ ଟ୍ରାକ୍ଟର ନୃସିଂହନାଥ ରେଞୀର ଗତ କାଲି ସକାଳ ସମୟ ରେ ଜବତ କରିଥିଲେ ହେଲେ ଟ୍ରାକ୍ଟର ମାଲିକ ଓରଫ୍ ଚାଳକ ମହାଶୟ ଙ୍କୁ ଅନେକ ଗେଲ କରି ଜଙ୍ଗଲ  ବିଭାଗ ଛାଡିଦେଇଛନ୍ତି । ଗନ୍ଧମାର୍ଦ୍ଦନ  ପାହାଡ ର ପାଦ ଦେଶରେ ଥିବା ଗ୍ରାମାଞ୍ଚଳର ଅଞ୍ଚଳ ରୁ ପ୍ରାୟତଃ କାଠଚୋରୀ ହେଉଥିବା ସମସ୍ତେ ଭଲ ଭାବରେ ଯାଣନ୍ତି । ଏବେ କୋରୋନା ଭାଇରସ ସମୟ ରେ ସାରା ରାଜ୍ୟ ଲକଡାଉନ ଥିବାବେଳେ ଇଟାଭାଟି ମାଲିକ ଓ କାଠ ଚୋର ବେଶ ମୌଜ ମଜଲିସ ରେ ମସଗୁଲ । ପ୍ରାୟ କିଛି ଦିନ ତଳେ ନୃସିଂହନାଥ ବନ ବିଭାଗର ବଗିଚାରୁ ଚନ୍ଦନ ଗଛ ଚୋରି ହୋଇଥିଲା । ସକାଳୁ ସକାଳୁ ଆରାଧନା କରିବାପାଇଁ ନୃସିଂହନାଥ ବନାଂଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାଉ ମାନଙ୍କ ଭିଡ ଜମିଯାଇଥାଏ । ବିନା ଅନୁମତି ରେ ଏ ଅଞ୍ଚଳରେ  ଅନେକ ଇଟାଭାଟି ମୁଣ୍ଡ ଟେକିଛିା ହେଲେ ଏଠାକାର ପ୍ରଶାସନ ନିରବଦ୍ରଷ୍ଟା ସାଜିବା ଦୁର୍ନିତି ରଗନ୍ଧ ବାରି ହେଇଯାଉଛି । କୋରୋନା ଭାଇରସ ପାଇଁ ସରକାର ୨୧ ଦିନ ଘରୁ ପଦାକୁ ନ ବାହାରିବାକୁ ଅନୁରୋଧ ସହ ତାଗିତ କରିଛନ୍ତି କିନ୍ତୁ ଏଭଳି ମଉକା ଆଉ ଆସିବ ନାହିଁ ଭାବି ଇଟାଭାଟି ମାଲିକ,କାଠଚୋର ସମେତ ଏଠାକାର ଜଙ୍ଗଲ ରକ୍ଷକ ମଧ୍ୟ ରେ ମଧୁଚନ୍ଦ୍ରିକା ଚାଲିବା,ଲେବର ମାନଙ୍କୁ ଏକଜୁଟ କରି  କାମକରାଇବା କେତେଦୂର ଯୁକ୍ତିଯୁକ୍ତ ଆପଣ ମାନେ ବିଚାର କରନ୍ତୁ । ସେପଟେ ଜୈନେକ ସାମ୍ବାଦିକ ଙ୍କୁ ଏ କେଶ ରେ ସଂପୃକ୍ତ ନଥାଇ ବାରବାର ତାଙ୍କୁ ଦୋଷାରୋପ କରାଚାଲିଛି।  ଏଭଳି ସମୟ ରେ କାଉ କୁ ମନେ ପଡିଗଲା । କଥାରେ ଅଛି , “କାଉ ଖାଇଲା ପଣସ ,ବଗ ମୁଣ୍ଡରେ ଅଠା”ଯାହା ମନେ ହେଉଛି ଭିତିରିଆ କାରବାର କରି ଜବତ ହୋଇଥିବା ଟ୍ରାକ୍ଟର କୁ ମଧ୍ୟ ରଫା ଦଫା କରିବାକୁ ଚାଲିଛି ଯୋଜନା ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.