ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଙ୍ଗଠନ ମାନଙ୍କର ପ୍ରତିବାଦ ।

0 219

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୨/୦୫,ଆଜି ବିଭିନ୍ନ ଶ୍ରମିକ ସଙ୍ଗଠନ ଦ୍ୱାରା ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ  ସର୍ବଭାରତୀୟ ପ୍ରତିବାଦ ଦିବସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଜିଲ୍ଲାର ଅନେକ ସ୍ଥାନରୁ ଆସିଥିବା ଶ୍ରମିକ ମାନେ ଯୋଗ ଦେଇଥିଲେ । ପ୍ଲାକାର୍ଡ,ଵ୍ଯାନର୍ ଓ ମାଇକ୍ ଦ୍ୱାରା ସଚେତନ ନାଗରିକଙ୍କ ଉଦ୍ଦେଶ୍ୟରେ ଏକ ଜନସଚେତନତା ସଭାର ଆୟୋଜନ ମଧ୍ୟ କରାଯାଇଥିଲା । ଶ୍ରମିକ ମାନଙ୍କ ସପକ୍ଷରେ ବିଭିନ୍ନ ଦାବୀ ସହ ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧିକୁ  ବିରୋଧ କରାଯାଇଥିଲା ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.