ଛତ୍ରଙ୍ଗ ଠାରେ ଏଆଇୱାଇଏଫ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ।

0 219

ବୌଦ୍ଧ,(ପିପିଟି ନ୍ଯୁଜ୍)୨୩/୦୫,ଆଜି ଅଖିଳ ଭାରତ ଯୁବସଂଘ ଏଆଇଓ୍ବାଇଏଫ ପକ୍ଷରୁ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସରକାର ନିଜ ସହାୟତାରେ ପରିବହନ ବ୍ୟବସ୍ଥାକରି ଖାଦ୍ୟ ପାନୀୟ ସହ ସ୍ବଗୃହ ପ୍ରତ୍ୟାବର୍ତ୍ତନ ,ଦେଶର ୧୫କୋଟି ଗରିବଙ୍କୁ ୧୦,୦୦୦ଟଙ୍କାର ରିଲିଫ,ଭଗତ ସିଂ ନିଶ୍ଚିତ କର୍ମନିଯୁକ୍ତି ଯୋଯନା ଲାଗୁକରି ସମସ୍ତ ବେକାର ଯୁବକଙ୍କୁ ତୁରନ୍ତ କର୍ମନିଯୁକ୍ତି,ଶ୍ରମ ଆଇନ ସଂଶୋଧନ ବନ୍ଦ,ସମସ୍ତ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ ,ବେକାର ଯୁବକଙ୍କୁ ନିଯୁକ୍ତି ନଚେତ ବେକାର ଭତ୍ତା ପ୍ରଭୃତି ଦାବୀରେ ଆହୁତ ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ଛତ୍ରଙ୍ଗଠାରେ ଜିଲ୍ଲାକମିଟି ପକ୍ଷରୁ ରାଜ୍ୟସମ୍ପାଦକ ଅବକାଶ ସାହୁ,ରମାକାନ୍ତ ଭୋକ୍ତା,ସୁଶାନ୍ତ ରାଉତ,ରମେଶ ଶତପଥି,ରଞ୍ଜନ କୁମାର ଦଳେଇ,ଅଜିତ କୁମାର ବାଇ,ଗଗନ ରଣା,ପ୍ରମୁଖ ଛତ୍ରଙ୍ଗ ଠାରେ ଏକ ପ୍ଲାକାର୍ଡ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.