ଚୋରା ମଦ ଚଢାଉ ବେଳେ ପୋଲିସ ଉପରେ ଆକ୍ରମଣ; ତିନି ଅଟକ ଓ ମଦ ଜବତ ।

0 7,642

ପୋଲସରା,(ପିପିଟି ନ୍ଯୁଜ୍)୨୪/୦୪-ପୋଲସରା ଅଞ୍ଚଳରେ ଚୋରା ମଦ କାରବାର ସକ୍ରୀୟ ଥିବା ବେଳେ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ଚୋରା ମଦ କାରବାର କୁ ବନ୍ଦ କରିବା ପାଇଁ ପୋଲସରା ପୋଲିସ ଆଜି ସଂଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ପାଣ୍ଡିରିପଡା ପଞ୍ଚାୟତର ବଡତଇଲା ଚୋରା  ମହୁଲି ମଦ ଭାଟିରେ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ପାଇଁ ପ୍ରସ୍ତୁତ ଥିବା ପୋଚକୁ ନଷ୍ଟ କରିବା ସହ କିଛି ପରିମାଣର ମଦ ସହ ତିନି ଜଣଙ୍କୁ ଗିରଫ କରି ଫେରିବା ସମୟରେ ମଦ ମାଫିଆଙ୍କ ଗୋଷ୍ଠୀ ତରଫରୁ ପୋଲିସ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ପ୍ରାୟ ୬ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଶୁଣିବାକୁ ମିଳୁଛି । ଘଟଣା ସମ୍ପର୍କରେ ଆମର ତଥ୍ୟ ହସ୍ତଗତ ବେଳକୁ ଚୋର ମଦ ଚଢାଉ ଘଟଣାର ମାମଲା ରୁଜୁ ହୋଇ ନଥିଲା । ଘଟଣା ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ।

Leave A Reply

Your email address will not be published.