ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପଞ୍ଜୀକରଣ ଆରମ୍ଭ ।

0 83

ଶେରଗଡ଼,୨୦/୦୭(ପିପିଟି); ସରକାରଙ୍କ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ଉତ୍ପାଦିତ ହେବାକୁ ଥିବା ଖରିଫ ଧାନ ଚାଷୀଙ୍କ ଠାରୁ କିଣିବାକୁ ଆଜି ଠାରୁ ଶେରଗଡ ବ୍ଳକରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ଚାଷୀମାନଙ୍କୁ ସଚେତନ କରିବା ପାଇଁ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । ଏହି ପ୍ରଚାର ରଥକୁ ବ୍ଳକ ଅଫିସ ସମ୍ମୁଖରେ ମିଳିତ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ତହସିଲଦାର ଡଃ ଦୟାସିନ୍ଧୁ ପରିଡା ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗାଣ ଅଧିକାରୀ ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.