ଚାଷୀଙ୍କୁ ଅନ୍ୟାୟପୂର୍ଣ ଭାବେ ଗିରଫ କରିଥିବା ଗାଙ୍ଗପୁର ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିଆଇଜିଙ୍କୁ ଭେଟିଲେ ବହୁ ଗଣତାନ୍ତ୍ରିକ ସଂଗଠନ ।

0 335

ବ୍ରହ୍ମପୁର,ତା୦୬/୦୮(ପିପିଟି); କୃଷକ ସଂଗଠନ, ପ୍ରଗତିଶୀଳ ଓ ଗଣତାନ୍ତ୍ରିକ ସଂଗଠନ ସମୂହ ପକ୍ଷରୁ ଆଜି ଗାଙ୍ଗପୁର ଥାନା ଅଧିକାରୀଙ୍କ ଦ୍ବାରା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିଥିବା ଗହଙ୍ଗୁ ସୋସାଇଟିର ଚାଷୀଙ୍କୁ ରାସ୍ତା ଅବରୋଧ କରିବାର ୮୨ ଦିନ ପରେ ଅନ୍ୟାୟପୂର୍ଣ ଭାବେ ଗିରଫଦାରୀ ସମ୍ପର୍କରେ ଡିଆଇଜି ବ୍ରହ୍ମପୁର ଶ୍ରୀଯୁକ୍ତ ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏସପିଙ୍କ ଦ୍ବାରା ତଦନ୍ତ କରି ଚାଷୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଡିଆଇଜି ନିର୍ଭୟ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଗତ ତା ୦୪/୦୩ ୨୦୨୧ ରିଖରେ ଆସିକା ବ୍ଲକ ଅନ୍ତର୍ଗତ ଗହଙ୍ଗୁ ମଣ୍ଡିର ଟୋକନପ୍ରାପ୍ତ ଚାଷୀଙ୍କ ଠାରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଧାନ କ୍ରୟ କରିବାରେ ଆମ ସରକାର ବିଫଳ ହେବା ଯୋଗୁଁ ଶହ ଶହ ଚାଷି ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥକୁ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଓ ଗଣତାନ୍ତ୍ରିକ ପଦ୍ଧତିରେ ଧାନବସ୍ତା ରଖି ପ୍ରତିବାଦ କରି ଧାନ ବିକ୍ରୟ କରିବାରେ ସଫଳ ହୋଇଥିଲେ । ତହସିଲଦାର ଓ ଯୋଗଣ ଅଧିକାରୀ ଗାଁକୁ ଗାଁ ବୁଲି ବାସ୍ତବ ସ୍ଥିତିକୁ ଅନୁଭବ କରି ଧାନ ଉଠାଇଥିଲେ । ଅନ୍ନଦାତାଙ୍କ ମୁହଁରେ ସାମାନ୍ୟତମ ହସ ଫୁଟିଥିଲା । କିନ୍ତୁ ଗାଙ୍ଗପୁର ଥାନା ଅଧୁକାରୀ ଶ୍ରୀଯୁକ୍ତ ଧିରେଶ କୁମାର ଦାଶ ମଦମାଫିଆ ଓ ବାଲି ମାଫିଆଙ୍କ ହାତବାରିସି ହୋଇ କୃଷକର ସ୍ବରକୁ ଚାପିଦେବା ପାଇଁ କୃଷକ ନେତା ଶଙ୍କର ସାହୁଙ୍କୁ ଏବଂ ୧୭ ଜଣ ନେତୃତ୍ବ କାରି କୃଷକ ମାନଙ୍କ ଉପରେ ମିଥ୍ଯା କେଶ ଦୁଇଟି କରି ୮୨ ଦିନପରେ ରାତି ଅଧିଆ ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀଙ୍କୁ ଗିରଫ କରିବା ଭଳି ୬ଜଣ କୃଷକଙ୍କୁ ଗିରଫ କରିଥିଲେ। ଘଟଣା ଦିନ ଆସିକା ତହସିଲଦାର, ବିଡିଓ, ଯୋଗାଣ ବିଭାଗ, ଗଣମାଧ୍ୟମ ପ୍ରତିନିଧ୍ୱ ଏବଂ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ଯଦି ଚାଷୀମାନେ ଗୁରୁତର ଅପରାଧ ଘଟାଇଲେ ତେବେ ସଙ୍ଗେ ସଙ୍ଗେ ପୋଲିସ ଗିରଫ ନକରି ୮୨ ଦିନ ପରେ ଗିରଫ କଲା କାହିଁକି । ମଦମାଫିଆ, ବାଲି ମାଫିଆ କିମ୍ବା କୌଣସି ରାଜନୈତିକ ଶକ୍ତିର ଚାପରେ ଏ ଗିରଫ କରାଯାଇଛି କି? ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇ ନାହାନ୍ତି କି ଖବରକାଗଜ ପ୍ରକାଶ ପାଇନାହିଁ ।କରୋନା ମାହାମାରୀ ଓ ଏଥଜନିତ ଳକଡାଉନ ସମୟରେ ଅପରାଧୀଙ୍କୁ ଜେଲରୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଥିଲା ବେଳେ ଗାଙ୍ଗପୁର ପୋଲିସ ନିରପରାଧି ଚାଷୀଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁଃଖଦ ଘଟଣା । ୭୦ ବର୍ଷ ବୟସର ଚାଷୀ, କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଚାଷୀ ଏବଂ ଏତଲାରେ ନଥିବା ଜଣେ ଚାଷିଙ୍କ ବାପାଙ୍କୁ ମଧ୍ୟ ଗିରଫ କରି ପୋଲିସର ଆଉ ଏକ କଳଙ୍କିତ ଅଧ୍ୟାୟକୁ ଯୋଡିଛନ୍ତି । ପୋଲିସ ଷଡଯନ୍ତ୍ର ରଚି ଆନ୍ଦୋଳନ କାରୀଙ୍କ ଉପରେ ୩୦୭ ସମେତ ଅନେକ ସଙ୍ଗୀନ ଦଫା ଲଗାଇ ଗିରଫ କରିବା ଯୋଗୁଁ ୯ ଜଣ କୃଷକ ୧୮ ଦିନ ଜେଲରେ ରହି ବେଲରେ ଆସିଛନ୍ତି । କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆସିକା ବ୍ଳକ ସମ୍ପାଦକ ରମେଶ ଚନ୍ଦ୍ର ପରିଡା ସମେତ ୯ ଜଣ ହାଇକୋର୍ଟରୁ ଆଗୁଆ ଜାମିନରେ ଆସିଛନ୍ତି । ୨୨ ଫେବୃଆରୀରେ ଟୋକନପ୍ରାପ୍ତ ଚାଷି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନବସ୍ତା ରଖି ପ୍ରତିବାଦ କରିଥିଲେ । ସରକାରଙ୍କ ବିଫଳତା ଯୋଗୁଁ ହିଁ କୃଷକ ନେତା ଶଙ୍କର ସାହୁ, ରମେଶ ପରିଡା, ବାସୁଦେବ ସିଅ, ବଳରାମ ମହାନ୍ତିଙ୍କ ନେତୃତ୍ବରେ ଶତାଧିକ ଚାଷି ଏହି ପ୍ରତିବାଦରେ ସାମିଲ ହୋଇଥିଲେ ।କୃଷକମାନେ ହେଉଛନ୍ତି ଆମର ଅନ୍ନଦାତା, ସେମାନଙ୍କୁ ସମ୍ମାନ ଜଣାଇବା ସମସ୍ତ ନାଗରିକଙ୍କ କର୍ତବ୍ୟ ଅଟେ ।କୃଷକମାନଙ୍କ ସ୍ବରକୁ ଚାପିଦେବା ପାଇଁ ଗାଙ୍ଗପୁର ଥାନା ଅଧିକାରୀଙ୍କ ଷଡଯନ୍ତ୍ର ଓ ଅନ୍ୟାୟପୂର୍ଣ ଗିରଫଦାରୀର ପ୍ରକୃତ ତଦନ୍ତକରି ସତ୍ୟାସତ୍ୟ ଉନ୍ମୋଚନ କରି ମିଥ୍ୟା ଅଭିଯୋଗ କାରୀ ଓ ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିଜ ଦାୟିତ୍ବରେ ଅବହେଳା କରିଥିବା ଗାଙ୍ଗପୁର ଥାନା ଅଧିକାରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଓଡିଶା କୃଷକ ସଭାର ଗଞ୍ଜାମ ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ଇଫଟିୟୁର ରାଜ୍ୟ ଅବାହକ ପ୍ରତାପ ପ୍ରଧାନ ଓ ଲକ୍ଷ୍ମୀ ନୃସିଂହ ରଥ, ଆମ ଆଦମୀ ପାର୍ଟିର ସୁବାଷ ଚନ୍ଦ ରାଉତ, ଆଦିତ୍ୟ ରଥ, ଏସ କେ ପ୍ରଧାନ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ପି.ପାର୍ବତୀ, ଟିୟୁସିଆଇ ର ପି. ଯୋଗେନ୍ଦ୍ର, ଜନ ଅଧିକାର ଆନ୍ଦୋଳନର ମନୋଜ ତରାଇ, ସାମାଜିକ କର୍ମୀ ଶ୍ରୀନିବାସ ରାଓ, କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆସିକା ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ପରିଡା, କିଶୋର ମହାନ୍ତି ଆଦି ଡିଆଇଜି ଙ୍କ ନିକଟରେ ଦୃଢଦାବି ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.