ଗ୍ରାମ୍ୟ ପାନୀୟ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ।

0 359

ପଦ୍ମପୁର,(ପିପିଟି)୧୭/୦୬,ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧିନସ୍ଥ ନୂଆଗାଁ(ବଇଦପାଲି) ଠାରେ ଲୋକ ଙ୍କ ବହୁଦିନର ଆଶା ତଥା ଆକାଂକ୍ଷାକୁ ଆଜି ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀତଥା ବର୍ତ୍ତମାନର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହା ଶୁଭ ଉଦଘାଟନ କରିଛନ୍ତିା ଉକ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ।ଏ ପରିପ୍ରେକ୍ଷୀରେ  ଗ୍ରୀଷ୍ମଋତୁ ରେ ଜଳକଷ୍ଟ ପାଇଁ ଏଠାକାର ଜନସାଧାରଣ ଲିଖିତ ଅଭିଯୋଗ କରିଥିଲେ ଯାହାକି ମୁଁ ହୃଦୟଙ୍ଗମ କଲି ଓ ପ୍ରକଳ୍ପ ଖୁବଶୀଘ୍ର ଆପଣଙ୍କ ବଇଦପାଲି ରେ କରିବି ବୋଲି ପ୍ରତିଶୃତି ଦେଇଥିଲି ତାହା ଆଜି ଆପଣ ମାନଙ୍କୁ ସମର୍ପିଦେବାକୁ ଆସିଛି ବୋଲି ବିଧାୟକ ଶ୍ରୀ ବରିହା  ସଂକ୍ଷେପରେ ମତବ୍ୟକ୍ତ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ,ପଦ୍ମପୁର ବିଧାୟକ ପ୍ରତିନିଧି  ହୃଦାନନ୍ଦ ବାରିକ,ପାଇକମାଳ ବ୍ଲକ ବିଜୁ ଜନତା ଦଳ ସଭାପତି ରାଜେନ୍ଦ୍ର ରାଉତ,ପାଇକମାଳ ଗ୍ରାମପଞ୍ଚାୟତ ସରପଂଚ ଧବଳେଶ୍ୱର ସାହୁ,ବିଜୁ ଜନତାଦଳ ର ପାଇକମାଲ ପଞ୍ଚାୟତ  ସଭାପତି ତଥା ଝିଟକି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ବିଜୁ ସ୍ୱାଇଁ,ବିଜୁ ଜନତାଦଳର ବରିଷ୍ଠ ନେତା ଲୋକନାଥ ପ୍ରଧାନ, ପ୍ରଫୁଲ୍ଲ କୁମାର ରଣା ଓ ସକ୍ରିୟ ନେତା ନାନକି ସାହୁ ଯୋଗଦାନ କରିଥିଲୋ ବହୁ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.