ଗ୍ରାମକୁ ସନିଟାଇଜ କଲେ ସରପଞ୍ଚ ।

0 1,931

ସାନଖେମୁଣ୍ଡି,ତା- ୨୨/୦୬(ପିପିଟି) ; କରୋନା ଭୁତାଣୁ ବା କୋଭିଡ଼ ୧୯ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି । ଆମେରିକା ଭଳି ମହାଶକ୍ତି ଶାଳୀ ଦେଶ ମଧ୍ୟ କରୋନା କବଳରେ । ସାରା ବିଶ୍ୱ ଏବେ ଚିନ୍ତିତ । କରୋନା ଏବେ ଆମ ଦେଶ ରେ ମଧ୍ୟ କାୟା ବିସ୍ତାର କରିଚାଲିଛି । ରାଜ୍ୟ ସରକାର ଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କରୋନା ପ୍ରଭାବରୁ ରକ୍ଷା କରିବାପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲାରେ  କରୋନା ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ପ୍ରବାସୀ ଓଡ଼ିଆ ମାନଙ୍କ ଘର ବାହୁଡା ମଧ୍ୟ ଏକ ଚିନ୍ତାର ବିଷୟ । କରୋନା ଲକ୍ଷଣ ପ୍ରବାସୀ ମାନଙ୍କ ଠୁ ହିଁ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମପଞ୍ଚାୟତ ରେ ଆଜି ଏକ ଭିନ୍ନ ଦେଖିବାକୁ ମିଳିଥିଲା । ଆଡ଼ପଡ଼ା ଗ୍ରାମ ରେ କିଛି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଆଡ଼ପଡ଼ା ପଞ୍ଚାୟତର ସରପଞ୍ଚ ଶ୍ରୀ ମାଧବ ରାଉତ ନିଜେ ସାନିଟାଇଜ ମେସିନ ଧରି ପଞ୍ଚାୟତ ଅଫିସ,ଆଡ଼ପଡ଼ା ମେଡ଼ିକାଲ,ସଙ୍ଗରୋଧ କେନ୍ଦ୍ର ଏବଂ ଆଡ଼ପଡ଼ା ଗ୍ରାମକୁ ସନିଟାଇଜ କରିଥିଲେ । କରୋନା ମହାମାରିରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦେଇଛନ୍ତି ଶ୍ରୀ ରାଉତ । ଆଡ଼ପଡ଼ା ପଞ୍ଚାୟତର ପରିବେଶ ପରିଚ୍ଛନ୍ନତା ଏକ ସୁସ୍ଥ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିଥିବା  ମାଧବ ରାଉତଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.