ଗ୍ଯାସ ଓ ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ି ପକ୍ଷରୁ ଆସ୍କା ବ୍ଲକ ସମ୍ମୁଖରେ ବିକ୍ଷୋଭ।

0 368

ଆସିକା,୦୧/୧୧(ପିପିଟି): ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଆସିକା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ତରଫରୁ ବିଜେପି କେନ୍ଦ୍ର ସରକାରଙ୍କ ଅହେତୁକ ଗ୍ୟାସ,ତୈଳ ଓ ନିତ୍ଯବ୍ଯବହାର୍ଯ୍ଯ ଜିନିଷ ଦର ବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରି ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ବିଧାୟିକା ଆସିକା ମଞ୍ଜୁଳା ସ୍ୱାଇଁ, ସାଂସଦ ପ୍ରମିଳା ବିଶୋଇ, ମିଲି ଗୌଡ, କଳ୍ପନା ଭୋଳ, ରଶ୍ମିତା ସେନାପତି,ଦିଲ୍ଲୀପ ପାଣିଗ୍ରାହୀ, ସୂର୍ଯ୍ଯ କାନ୍ତ ପରିଡା,ରାଜେଶ ପଟ୍ଟନାୟକ, ବି.ମନୋଜ କୁମାର ଦୋରା,ଅଭିମନ୍ଯୁ ନାହାକ, ବିଜୁ ଯୁବ ଜନତାଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁଙ୍କ ସମେତ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.