ଗୋଟିଏ ପରିବାରର ତିନ ମୃତ୍ୟୁ ,ମିଳିଲାନି ସ୍ବାବ ରିପୋର୍ଟ ,ଅଞ୍ଚଳବାସୀ ଆତଙ୍କିତ ।

0 716

କୋଦଳା,୧୯/୦୭(ପିପିଟି); ବେଗୁନିଆପଡା ବ୍ଲକ ଅଙ୍ଗାର ଗାଁ ପଞ୍ଚାୟତର ଅଙ୍ଗାର ଗାଁ ରେ ଗୋଟିଏ ପରିବାରର ତିନିଭାଇଙ୍କ ମୃତ୍ୟୁକୁ ନେଇ ଗ୍ରାମ ରେ କୋକୂଆ ଭୟ ସୃଷ୍ଟି ହୋଇଛି ।ଶନିବାର ଅପରାହ୍ନ ରେ ଅଙ୍ଗାର ଗାଁ ସୁଣ୍ଢିସାହି ବାସିନ୍ଦା ବାସୁଦେବ ସାହୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।ଗତ କିଛିଦିନ ହେବ ଉକ୍ତ ପରିବାର ର ତିନିଭାଇଙ୍କୁ ଜ୍ଵର ହୋଇଥିବା ବେଳେ ଜୁଲାଇ ୧୪ରେ ସାନଭାଇ କ୍ରୁଷ୍ଣଚନ୍ଦ୍ର ,ଜୁଲାଇ ୧୭ରେ ମଝିଆ ଭାଇ ମଙ୍ଗରାଜ ମୃତ୍ୟୁ ବରଣ କରିଥିବା ବେଳେ ସେହିଦିନ ବଡ଼ଭାଇ ବାସୁଦେବଙ୍କ ସ୍ବାସ୍ଥ୍ୟ ଭୀଷଣ ଖରାପ ହୋଇଥିବା ଯୋଗୁ ବ୍ରହ୍ମପୁର ସିଟି ହସପିଟାଲ ନିଆଯାଇ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ ଆସିଥିଲା ତଥାପି ସ୍ବାସ୍ଥ୍ୟ ରେ ଅବନତି ଘଟିବାରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ଏବଂ ସେଠାରେ ହିଁ ବାସୁଦେବଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ଠାରୁ ଜଣାପଡ଼ିଛି । ଗୋଟିଏ ପରିବାରର ତିନିଭାଇଙ୍କ ମୃତ୍ୟୁ ରେ ଗ୍ରାମବାସୀ ଗଭୀର ଦୁଃଖ ପ୍ରକାଶ ସହିତ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ଅଙ୍ଗାର ଗାଁ ପଞ୍ଚାୟତକୁ ବଫର ଜୋନ୍ ଭାବେ ଘୋଷଣା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.