ଗୋଚର ଜମି ଜବରଦଖଲ ମୁକ୍ତ ଦାବି ।

0 561

କଳାହାଣ୍ଡି ,ତା-୨୬/୦୬(ପିପିଟି); କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ସିଲେଟପଡା ଠାରେ ଗାଈ ଗୋରୁଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମିକୁ ଦୀର୍ଘ ବର୍ଷ ଧରି ଗାଁର କିଛି ବ୍ୟକ୍ତି ନିଜ ଅକ୍ତିଆରରେ ରଖିଥିବାରୁ ଗାଈ ଗୋରୁ ଚରିପାରୁନଥିବାରୁ  ଅଭିଯୋଗ କରିଛନ୍ତି । ଏନେଇ ଶୁକ୍ରବାର  ସିଲେଟପଡା ଗାଁର ଯୁବକ ମାନେ କର୍ଲାମୁଣ୍ଡା ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ତେବେ ଏହାର ତଦନ୍ତ କରିବାକୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ତହସିଲଦାର ଦାୟୀତ୍ୱ ଦେଇଥିବା ଜଣା ପଡ଼ିଛି ।
ରିପୋର୍ଟ – ବବୁଲୁ  ସାହୁ ।

Leave A Reply

Your email address will not be published.