ଗାଡି ରୁ ବ୍ୟାଟେରୀ ଚୋରୀ ଅଭିଯୋଗ ।

0 344

ଭଞ୍ଜନଗର,୧୩/୦୧(ପିପିଟି): ଭଞ୍ଜନଗର ଥାନା ଅଧୀନ ଯୋଗୀମାରି ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନଙ୍କ ଦୁଇଟି ଗାଡି ରୁ ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବ୍ୟାଟେରୀ ଚୋରୀ କରି ନେଇଥିବା ଅଭିଯୋଗ ହୋଇଛି। ରମେଶ ସବୁ ଦିନ ପରି ତାଙ୍କ ଘର ଆଗରେ ନିଜର ଏକ ଟ୍ରାକ୍ଟର ଓ ଟ୍ରକ ରଖିଥିଲେ। ଉଭୟ ଗାଡିରୁ ଦୁର୍ବୃତ୍ତ ମାନେ ବ୍ୟାଟେରୀ ବକ୍ସ ଖୋଲି ନେଇ ଯାଇଥିବା ରମେଶଙ୍କ ପୁଅ ବଳରାମ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ଥାନାଧିକାରୀ ଧୀରେଶ କୁମାର ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.