ଗତବର୍ଷ କେନାଲ ସଫେଇ କାର୍ଯ୍ୟର ପ୍ରାପ୍ୟ ମିଳି ନାହିଁ,ବର୍ତ୍ତମାନ କନେଲା ସଫେଇ ଆରମ୍ଭ ।

0 536

ଜଗତସିଂହପୁର (ପିପିଟି ନ୍ଯୁଜ୍)୧୫/୦୭/- ଜଗତସିଂହପୁର ସହର ଦେଇ ଯାଇଥିବା ମୁଖ୍ୟ କେନାଲରୁ ୧୦ଏଚ୍ ଶାଖା କେନାଲ ର ସଫେଇ କାମ ଚାଲୁରହିଛି । ଗତବର୍ଷ କରାଯାଇଥିବା ଏହି କେନାଲ ସଫେଇ କାର୍ଯ୍ୟର ପ୍ରାପ୍ୟ ପାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଏହି କେନାଲ ସହ ସଂଶ୍ଳିଷ୍ଟ ପାଣିପଞ୍ଚାୟତ ସଂଗଠନର କାର୍ଯ୍ୟକର୍ତ୍ତା । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବର୍ଷ କେନାଲ ସଫେଇ କାର୍ଯ୍ୟ କରୁଥିଲେ ମଧ୍ୟ ବକେୟା ସହ ଏହି ବର୍ଷର କାର୍ଯ୍ୟର ତୁରନ୍ତ ପ୍ରାପ୍ୟ ପ୍ରଦାନ ନିମନ୍ତେ ଜଳସେଚନ ବିଭାଗ ଓ ମନ୍ତ୍ରୀ ଦୃଷ୍ଟି ଦେବା ପାଇଁ  ଅନୁରୋଧ କରିଛନ୍ତି ଅଖିଳ ଭାରତ କୃଷକ ସଂଘ (AIKS) ଜଗତସିଂହପୁର ଜୋନାଲ କମିଟିର ସଭାପତି ନାରାୟଣ ଦାସ,ଏଆଇଓ୍ବାଇଏଫ୍ ର ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି,କଟରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମୀୟ ବଳ,ଅରୁଣ ଆଚାର୍ଯ୍ୟ, ସୁକାନ୍ତ ମହାନ୍ତି,ପଟିଲୋ ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ଓ ସରପଞ୍ଚ, ଉପେନ୍ଦ୍ର ବାରିକ, ବିମଳ ପ୍ରସାଦ ମହାନ୍ତି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.