ଗଞ୍ଜାମ ଜିଲ୍ଲାର କୋଭିଡ୍ -୧୯ ହସ୍ପିଟାଲକୁ ଲୋକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କଲେ ।

0 141

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧୦/୦୪- କରୋନା ମହାମାରୀ ଭୟାବହତାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଗକୁ ବଢୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ପୋଜେଟିଭ୍ ରୋଗୀ ଚିହ୍ନଟ ହୋଇ ନଥିବା ବେଳେ ସରକାର ଓ ପ୍ରଶାସନର ମିଳିତ ଉଦ୍ୟମରେ ଟାଟା ପକ୍ଷରୁ କରାଯାଇଥିବା ସିତଳାପଲ୍ଲୀ ଠାରେ ଟାଟା ଷ୍ଟିଲ ମେଡିକା କୁ ଅସ୍ଥାୟୀ କୋଭିଡ୍ -୧୯ ହସ୍ପିଟାଲ ଭାବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମେତ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।୨୦୦ ଶଯ୍ଯା ବିଶିଷ୍ଟ ଏହି ହସ୍ପିଟାଲରେ ୨୦ ଟି ଶଯ୍ଯାକୁ ଆଇସିୟୁ ବ୍ଯବସ୍ଥା ଥିବାବେଳେ ସେଥିରୁ ୧୫ଟି ରେ ଭେଣ୍ଟିଲେଟର ସୁବିଧା ରହିଛି ।୧୨୦ ଶଯ୍ଯା ସାଧାରଣ କୋଭିଡ୍ -୧୯ ରୋଗୀଙ୍କ ପାଇଁ ରହିଛି ।୪୦ଟି ଆଇସିଲୋସନ ଶଯ୍ଯା ରହିଥିବା ବେଳେ ବର୍ତ୍ତମାନ ଚିକିତ୍ସା ପାଇଁ ୧୬ ଜଣ ଡାକ୍ତର ରହିଛନ୍ତି ।ନୋଡାଲ ଅଫିସର ଭାବେ ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।ଉକ୍ତ ହସ୍ପିଟାଲରେ ଆବଶ୍ୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି ।ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ,ବିଏମସି କମିଶନର,ଟାଟା ମେଡିକାଲର ଅଧିକାରୀ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।ଗଞ୍ଜାମ ଜିଲ୍ଲାରେ ଗତକାଲି ଠାରେ ଘରକୁ ଘର ସ୍ବସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.