ବେଲଗୁଣ୍ଠା,୦୬/୧୨(ପିପିଟି):ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ସର୍ବଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ବେଳେ ଏହି ଥାନା ପାଇଁ ପୁଣି ଥରେ ଗୌରବ ଆଣିଛନ୍ତି ଥାନାରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ । ସୂଚନା ଅନୁସାରେ ବେଲଗୁଣ୍ଠା ଥାନା ରେ କାର୍ଯ୍ୟରତ ଦୁଇ ଜଣଗ୍ରମରକ୍ଷୀ ଯଥା କୃଷ୍ଣ ଚନ୍ଦ୍ର ଗୌଡ ଏବଂ ପ୍ରମୋଦ କୁମାର ନାଇକ ଗାଙ୍ଗପୁର ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ରାମେଶ୍ୱର ପାତ୍ର ନିଜର କାର୍ଯ୍ୟ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାୟଙ୍କ ଠାରୁ ଶ୍ରେଷ୍ଠ ଗୃହରକ୍ଷୀ ଆୱାର୍ଡ଼ ପାଇଛନ୍ତି । ପ୍ରକାଶ ଥାଉକି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୨୬ ଜଣ ଗୃହରକ୍ଷୀଙ୍କୁ ସେମାନଙ୍କର କର୍ତ୍ତବ୍ୟ, ନିଷ୍ଠା ଏବଂ ସାହସିକତା ପାଇଁ ଗଞ୍ଜାମ ଏସ୍.ପି ଶ୍ରୀ ରାୟ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି । ଏହି ୨୬ ଜଣଙ୍କ ମଧ୍ୟରେ କୃଷ୍ଣ ଏବଂ ପ୍ରମୋଦ ବେଲଗୁଣ୍ଠା ଥାନା ପାଇଁ ଗୌରବ ଅର୍ଜନ କରିଥିବା ବେଳେ ରାମେଶ୍ୱର ଗାଙ୍ଗପୁର ଥାନାର ଗୌରବ ବଢାଇଛନ୍ତି ଏହି ସଫଳତା ପାଇଁ କୃଷ୍ଣ ଏବଂ ପ୍ରମୋଦଙ୍କୁ ବେଲଗୁଣ୍ଠା ଥାନା ଅଧୀକାରୀ ପ୍ରକାଶ କୁମାର ସାହୁ ଅଭିନନ୍ଦନ ଜଣାଇଛନ୍ତି । ରାମେଶ୍ୱରଙ୍କ ଏହି ସଫଳତା ପାଇଁ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ୍ କୁମାର ଦାସ, ବେଲଗୁଣ୍ଠା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )