ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୫୪ ରେ ପହଞ୍ଚିଲା । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୪୧୪ ।

0 1,677

ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୫୪ରେ ପହଞ୍ଚିଛି । ଏହା ସହ ରାଜ୍ୟରେ  ଆକ୍ରାନ୍ତ ସଂଖ୍ୟା ୪୧୪ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୬୩୪୭୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୪୧୪ ଚିହ୍ନଟ ହୋଇଛନ୍ତି । ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୨୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି ।ଗଞ୍ଜାମ ଜିଲ୍ଲାରେ  ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.