ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୧୮ ରେ ପହଞ୍ଚିଲା ଓ ଜଣଙ୍କର ମୃତ୍ୟୁ । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୫୨ ।

0 2,178

ଭୁବନେଶ୍ଵର ,(ପିପିଟି)୧୦/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୨୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୧୮ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆଉ ୫୮ ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୩୫୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫୯୭୮୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୩୫୨ ଚିହ୍ନଟ ହୋଇଛନ୍ତି । ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି ।ଆଜିର ନୂତନ ଆକ୍ରାନ୍ତ ଚିହ୍ନଟ ମଧ୍ୟରେ ଗଞ୍ଜାମ ୨୯,ବାଲେଶ୍ବର ୧୫,ମୟୁରଭଞ୍ଜ ୧ ଏବଂ ଅନୁଗୁଳରେ ୧୩ ।ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ରେଡ୍ ଜୋନ ରହିଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ତୃତୀୟ ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.