ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୭ ରେ ପହଞ୍ଚିଲା ।ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪୫ ଛୁଇଁଲା ।

0 3,728

ଭୁବନେଶ୍ଵର ,(ପିପିଟି)୦୮/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୪୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫୨୯୭୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୨୪୫ ଚିହ୍ନଟ ହୋଇଛନ୍ତି । ୬୨ଜଣ ସୁସ୍ଥ ହୋଇଥିବା ବେଳେ ୧୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ଗଞ୍ଜାମ ଜିଲ୍ଲାର  ଏହି ନୂଆ ଆକ୍ରାନ୍ତ ସବୁ  ଗୁଜୁରାଟ ଲିଙ୍କ୍  ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ରେଡ୍ ଜୋନକୁ ଆସିଯାଇଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି । ନୂତନ ୨୬ ଜଣ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୯ ଜଣ ,କେନ୍ଦ୍ରାପଡା ୫ ଓ ଭଦ୍ରକ ୨ ଜଣ ଥିବା ଜଣାପଡିଛି ।
ରିପୋର୍ଟ – ରୁଚିସ୍ମିତା ପଟ୍ଟନାୟକ ।

Leave A Reply

Your email address will not be published.