ଗଜପତି ଅବକାରୀ ବିଭାଗର ଚଢାଉ;୫ ମହିଳା ଗିରଫ ସହିତ ୨୩୦ ଲିଟର ମଦ ଜବତ ।

0 103

ପାରଳାଖେମୁଣ୍ଡି,୮/୪(ପିପିଟି ନ୍ୟୁଜ୍)- ସ୍ଥାନୀୟ ପାରଳା ରେଲି ସାହିରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ତରଫରୁ ଚଢାଉ କରାଯାଇ ୫ଜଣ ମହିଳାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨୩୦ଲିଟର ମହୁଲୀ ମଦ ଜବତ କରାଯାଇଛି । ଜିଲ୍ଲା ଅବକାରୀ ବିଭାଗ ତରଫରୁୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । କରୋନା ଭାଇରସର ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଲକ୍ ଡାଉନ୍ ଘୋଷଣା ପର ଠାରୁ ଜିଲ୍ଲାପାଳ ଅନୁପମ ସାହା ଜିଲ୍ଲାରେ ଥିବା ସମସ୍ତ ମଦ ଦୋକାନ ଗୁଡିକୁ ସିଲ୍ କରିବାକୁ ଅବକାରୀ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ । ଜିଲ୍ଲା ଅବକାରୀ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଥିଲା । ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ମାନେ ବିଭିନ୍ନ ସ୍ଥାନରେ ମଦ ବିକ୍ରୟ କରୁଥିବାର ଅଭିଯୋଗ ହେଉଥିଲା । ଅବକାରୀ ବିଭାଗ ପାରଳାଖେମୁଣ୍ଡି ସହରର ପାରଳା ଜାଗିଲି ସାହିରେ ଚୋରା ମଦ ବିକ୍ରି ହେଉଥିବାର କୌଣସି ସୁତ୍ରରୁ ଖବର ପାଇଥିଲା । ଜିଲ୍ଲା ଅବକାରୀ ଅଧିଖ୍ୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ତତ୍ତ୍ବାବଧାନ ଓ ଅବକାରୀ ନିରୀଖ୍ୟକଙ୍କ ପଦ୍ମ ଚରଣ ସାହୁଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଚୋରା ମଦ ବିକ୍ରି କରିବା ଅଭିଯୋଗରେ ୫ଜଣ ମହିଳାକୁ ଗିରଫ କରିବା ସହ  ସେମାନଙ୍କ ନିକଟରୁ ୨୩୦ ଲିଟର ମହୁଲୀ ମଦ ଜବତ କରାଯାଇଥିଲା ।ଗିରଫ ହୋଇଥିବା ମହିଳା ମାନେ ହେଲେ ବିଶିକା ମହାଙ୍କୁଡ, କଲ୍ୟାଣୀ କେଶୁଲୁ ଆମ୍ମା, ରାଇ ଆଭାଦ୍ରା, ଜି. ଜ୍ୟୋତି ଓ ଜି. ଗୌରୀଆମ୍ମା ବୋଲି ବିଭାଗୀୟ କର୍ତ୍ତୃପଖ୍ୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ- ଦିଲ୍ଲୀପ କୁମାର ଶତପଥି ।

Leave A Reply

Your email address will not be published.