ଖୋଲିଲା ବଜାର ସାମାନ୍ୟ କୋହଳ ହେଲା ଲକ୍ ଡ଼ାଉନ ।

0 134

ଶେରଗଡ଼,(ପିପିଟି ନ୍ଯୁଜ୍) ୨୧/୦୪  ଗଞ୍ଜାମ ଜିଲ୍ଲା ପ୍ରଶାସନ ଲକ୍ ଡାଉନ ସାମାନ୍ୟ କୋହଳ କରିବା ପରେ ସୋମବାର ଶେରଗଡ଼ ରେ ଖୋଲା ରହିଥିଲା ଦୋକାନ ବଜାର ହେଲେ ବ୍ୟସାୟୀ ମାନେ ଦ୍ୱନ୍ଦ ରେ ଅଛନ୍ତି କେଉଁ କେଉଁ ଦୋକାନ ଖୋଲା ରହିବ କୋଉ ସବୁ ବନ୍ଦ ରହିବ ଫଳ ରେ ଆଜି ପୁରା ବଜାର ଖୋଲା ରହିଥିବା ବେଳେ ଶେରଗଡ଼ ପ୍ରଶାସନ ପକ୍ଷରୁ ତହସିଲଦାର ଡ଼.ଦାୟସିନ୍ଧୁ ପରିଡା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁ , ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଏଟିଓ ଅକ୍ଷୟ କୁମାର ମଲ୍ଲିକ ତହସିଲଦାର ଓ ପୋଲିସ ଟିମ ସହ ଅତ୍ୟାବଶ୍ୟକ ସାମଗ୍ରୀ  ଦିନ ୧୨ ସୁଦ୍ଧା ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ  ନୁଆଁ ନିର୍ଦେଶନାମା ଘୋଷଣା କରିବା ସହ ପ୍ରଶାସନ ପକ୍ଷରୁ ବାକି ଅନ୍ୟ ଦୋକାନକୁ ବନ୍ଦ କରାଯାଇଥିଲା  ସାମଗ୍ରୀ କ୍ରୟ କରିବା ସମୟରେ ଦୂରତା ରଖି ରହିବାକୁ ଲୋକଙ୍କୁ ସଚେତନତା କରାଇଥିଲେ ଏବଂ ସାନ୍ଧ୍ୟ ରାସ୍ତା କଡ଼ ରେ ମଳତ୍ୟାଗ କରୁଥିବା ସମୟରେ ତାକରଡ଼ା, ଭୁଶୁଣ୍ଡା , ଧବଳପୁରର କିଛି ଲୋକଙ୍କୁ ତାଗିତ କରିବା ସହ କଯ୍ୟାନୁଷ୍ଠାନ ନେଇଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.