ଖଲ୍ଲିକୋଟ, ୧୨/୧୦(ପିପିଟି):ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଭାଗରେ ସଂପ୍ରତି ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରକାଶ ଥାଉକି ପ୍ରସୂତୀ ପାଇଁ ଆସୁଥିବା ଅଧିକାଂଶ ମହିଳାଙ୍କୁ ବିଭିନ୍ନ ଆଳ ଦେଖାଇ ବ୍ରହ୍ମପୁର ପଠାଯାଉଥିବାରୁ ଅଞ୍ଚଳବାସୀ ଗଭୀର ଅଶାନ୍ତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀଙ୍କ ଦାୟିତ୍ୱ ହୀନତା କାରଣରୁ ବହୁ ଗରିବ ଅସହାୟ ମହିଳା ଖର୍ଚ୍ଚାନ୍ତର ଶିକାର ହେବା ସହିତ ନାହିଁ ନଥିବା ହଇରାଣ ହରକତ ଭୋଗୁଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ଗଂଜାମ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏଦିଗରେ ଦୃଷ୍ଟି ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଥାଣୁ ଅବସ୍ଥା ଦୂର କରିବାକୁ ସର୍ବ ସାଧାରଣରେ ଦାବି କରାଯାଇଛି ।