ପଦ୍ମପୁର,୨୭/୦୭(ପିପିଟି);ଭତ୍ତାଟଙ୍କା ହଡପ ସଂବାଦ ପରିବେଷଣର କେଇ ଘଣ୍ଟା ପରେ ପାଇକମାଲ ବ୍ଲକରୁ ବି.ଡି.ଓ ସୁରେନ୍ଦ୍ର ମେହେର ସଦଳବଳେ ବୁକୁରାମୁଣ୍ଡା ମୌଜାର ଲହଙ୍ଗୀର ଗ୍ରାମରେ ପହଞ୍ଚିଯାଇ ହଡପ କରିଥିବା ଲୋକଙ୍କ ଠାରୁ ୭୦୦୦ଟଙ୍କା ଭତ୍ତା ରାଶି ଅସୁଲ କରି ବିଧବା ରାଧା ସିଂ ବରିହାଙ୍କ ହସ୍ତରେ ପ୍ରଦାନ କରି ହସଫୁଟାଇ ପାରିଥିଲେ । ପ୍ରଦାନ ସମୟରେ ସ୍ଥାନୀୟ ସରପଞ୍ଚ ଅଭିମନ୍ୟୁ ବରିହା,ନାଏବ ସରପଞ୍ଚ ହାରାବତୀ ମାଝୀ ଓ ଲହଙ୍ଗୀର ଗ୍ରାମର ଭଦ୍ରବ୍ୟକ୍ତି ଗଣ ଉପସ୍ଥିତ ଥିଲୋ । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।