କ୍ଷୁଦ୍ର ବ୍ଯବସାୟୀଙ୍କ ୧୦ ହଜାର ଟଙ୍କା ସହାୟତା ପ୍ରଦାନ ।

0 36

ଭଞ୍ଜନଗର,(ପିପିଟି ନ୍ଯୁଜ୍)୧୪/୦୫, କରୋନା ପ୍ରଭାବରେ ସାରାଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତି ଓ ସଙ୍ଗଠନ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସେହିପରି ଭଞ୍ଜନଗର ଏନ.ଏ.ସି ର ୫ନଂ ୱାର୍ଡରେ ରହୁଥିବା ଆକୁଳ ପୋଲେଇ ନିଜ ସଞ୍ଚିତ ଅର୍ଥରୁ ରାଜ୍ୟର ଏହି ଦୁର୍ଦ୍ଦିନ ସମୟରେ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ କୋଭିଡ ରିଲିଫ ଫଣ୍ଡ କୁ ସହାୟତା ପ୍ରଦାନ କରିଛନ୍ତି।ସେ ଆଜି ସକାଳ୮ଟା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ସାକ୍ଷାତ କରି ଏହି ଚେକ ଦେଇଛନ୍ତି।ଆକୁଳ ଭଞ୍ଜନଗର ବସ ଷ୍ଟାଣ୍ଡ ରେ ଛୋଟ ମୋଟ ବ୍ୟବସାୟ କରି ଚଳୁଥିଲେ ମଧ୍ୟ ଏହି ମହାନ କାର୍ଯ୍ୟ ଯୋଗୁଁ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.