କ୍ବାରେଣ୍ଟାଇନ୍ ସେଣ୍ଟର ଦାୟୀତ୍ବରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ – ସିପିଆଇ ।

0 433

କବିସୂର୍ଯ୍ଯ ନଗର,(ପିପିଟି)୦୯/୦୫,ରାଜ୍ୟରେ ଲକ୍ ଡାଉନ ସଟଡାଉନ କରି ବିଶେଷ କରି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ରାଜ୍ୟରେ ଦୃଷ୍ଟାନ୍ତ ସୃଷ୍ଟି କରି ପ୍ରସଂଶାର ପାତ୍ର ହୋଇଥିବା ବେଳେ କେଉଁ ଚାପର ବଶବର୍ତ୍ତୀ ହୋଇ ସାମାଜିକ ଦୂରତ୍ୱକୁ ଜଳାଞ୍ଜଳି ଦେଇ ନିରୀହ ଜନସାଧାରଣଙ୍କ ଭାବାବେଗ ସହ ଖେଳୁଛନ୍ତି ତାହା ତଦନ୍ତ ସାପେକ୍ଷ । ସାମାଜିକ ଦୂରତ୍ୱର ଦ୍ୱାହି ଦେଇ ପ୍ରଶାସନ ଜନସାଧାରଣଙ୍କୁ ମାଡ ଭୟ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଫାଇନ ଆଦାୟ କରୁଥିବା ବେଳେ ସୁରତରୁ ଆସୁଥିବା ବସ ଓ ଟ୍ରେନ ରେ ସାମାଜିକ ଦୂରତ୍ୱ କୁ ଫୁ କରି ଦିଆଯାଉଛି ।ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କୁ ରହିବା ଖାଇବାର ବ୍ୟବସ୍ଥା କରିଥିଲେ ଓ ଆର୍ଥିକ ପ୍ୟାକେଜ ଦେଇଥିଲେ ଆଜି ଏ ଅବସ୍ଥା ସୃଷ୍ଟି ହେଇନଥାନ୍ତା । ବର୍ତ୍ତମାନ ମଧ୍ୟ ସମୟ ଅଛି ରାଜ୍ୟ ସରକାର ଓ ଗଞ୍ଜାମ ଜ଼ିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟିଦେଇ ଏହି ମହାମାରୀରୁ ଜନସାଧାରଣଙ୍କୁ ରକ୍ଷା କରନ୍ତୁ ବୋଲି ସିପିଆଇ କବିସୂର୍ଯ୍ଯ ନଗର ଜୋନାଲ କମିଟି ସଂପାଦକ ପ୍ରବୀଣ କୁମାର ଦାସ କହିଛନ୍ତି ।କ୍ବାରେଣ୍ଟାଇନ୍ ସେଣ୍ଟର ରହୁଥିବା ପ୍ରବାସୀ ଓଡିଆ ବାହାରେ ବୁଲିବା,ପୋଖରୀରେ ସ୍ନାନ କରିବା  ଏବଂ ଏଟିଏମ୍ ବ୍ଯବହାର ସଂକ୍ରାନ୍ତରେ ସମ୍ପୃକ୍ତ କ୍ବାରେଣ୍ଟାଇନ୍ ସେଣ୍ଟର ଦାୟୀତ୍ବରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବୋଲି କବିସୂର୍ଯ୍ଯ ନଗର ସିପିଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.