କ୍ବାରେଣ୍ଟାଇନ୍ ସେଣ୍ଟରକୁ ମଦ ଯୋଗାଇ ଜଣେ ଗିରଫ ।

0 455

ଶେରଗଡ,(ପିପିଟି ନ୍ଯୁଜ୍)୧୯/୦୫,ଗଞ୍ଜାମ ଜିଲ୍ଲାର ସମସ୍ତ କ୍ୱାରେଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହାସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କୁ ବାହାରୁ ପାଉଚ ମଦ ଯୋଗାଉଥିବା ବେଳେ ଜଣେ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଭଗବାନ ବେହେରା। ଜଣେ ଅନ୍ତେବାସୀଙ୍କୁ ବାହାରୁ ଥାଇ ଭଗବାନ ଦେଶୀ ମଦ ପାଉଚ ପିଙ୍ଗୁଥିବା ବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ ପାଇଁ ଆସୁଥିବା ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲେ। ତାଙ୍କଠାରୁ ୪୦ ଲିଟର ମଦ ଜବତ କରାଯାଇଛି। ଏ ନେଇ ବଡ଼ଗଡ଼ ଥାନାରେ ନଂ.୧୨୭/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଛି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.