କୋଭିଡ କେୟାର ହୋମ ରେ ଆଣ୍ଟିଜେନ ଟେଷ୍ଟ୍ ।

0 367

କୋଦଳା,୨୯/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସିରେ ବି ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ ମେଡିକାଲ ଉପରେ ନିର୍ଭର ନ କରି ନିଜ ସହରରେ ହିଁ ଯେମିତି ରହି ଚିକିତ୍ସିତ ହୋଇପାରିବେ ସେଥି ନିମିତ୍ତ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ କେୟାର ହୋମ “। କୋଦଳା ଏନ୍ଏସି କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ କୋଭିଡ ମନିଟର ଓ ଅଙ୍ଗନୱାଡି କର୍ମୀଙ୍କ ସହାୟତାରେ ପ୍ରତ୍ୟେକ ୱାର୍ଡର ବ୍ଲଡ ପ୍ରେସର , ଡାଇବେଟିସ , କାଶ , ଜ୍ଵର ରେ ପିଡିତ ଥିବା ରୋଗି ଓ ବ୍ୟବସାୟୀଙ୍କୁ ଡାକି ସ୍ଵତନ୍ତ୍ର ଡାକ୍ତରୀ ଟିମ ସହାୟତାରେ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ କଲେକ୍ସନ ସୁବିଧା କରାଯାଇଥିବା ଜଣାପଡ଼ିଛି ।ବୁଧବାର କୋଦଳା ଅଞ୍ଚଳର ୧୧୦ ଜଣ ବ୍ୟବସାୟୀ ସମେତ ପଞ୍ଚାୟତର କିଛି ବ୍ୟକ୍ତିଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟ ପରେ ୫ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।ଡାକ୍ତରଙ୍କ ପରାମର୍ଶ କ୍ରମେ ସେହି ବ୍ୟକ୍ତି ନିଜ ନିଜ ଘରେ ସ୍ଵତନ୍ତ୍ର ଭାବେ ରହିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଏହି କାର୍ଯକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବା ଏବଂ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ ପର୍ଯନ୍ତ ଚାଲୁ ରହିବ ବୋଲି କୋଦଳା ଏନଏସି ସ୍ଵତନ୍ତ୍ର ଅଧିକାରୀ ପ୍ରକାଶ କରିଛନ୍ତି । ଏହି “କୋଭିଡ କେୟାର ହୋମ “ରେ ୨୦ ଶଯ୍ୟା ସହିତ ରୋଗୀ ମାନଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଯେଉଁ ମାନଙ୍କ ଘରେ ସୁବିଧା ନ ଥିବ ସେମାନେ ଏହି କୋଭିଡ କେୟାର ହୋମ ରେ ରହିବା ପାଇଁ କହିଥିଲେ ।

Leave A Reply

Your email address will not be published.