ଆଜି ଭଞ୍ଜନଗର ରୁ ବାହାରିଲେ ୧୦ଜଣ ପଜିଟିଭ ।

0 404

ଭଞ୍ଜନଗର, ୨୯/୦୭(ପିପିଟି);ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରନା ସ୍ଥିତିରେ ସୁଧାର ଆସୁଥିବା ଦେଖାଯାଇଛି।ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।ଆଜି ସମଗ୍ର ଜିଲ୍ଲାରେ ୨୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳର ୧୦ଜଣ ଥିବା ଜଣାପଡିଛି।ସେଥି ମଧ୍ୟରୁ ଭଞ୍ଜନଗର ବ୍ଲକ ଅଫିସ ର ଜଣେ କର୍ମଚାରୀ ଥିବା ବେଳେ ଏନ.ଏ.ସି ଅଧିନ ଖାନ ସାହି, ଭେଜିପୁଟ ଆଡ଼ୁଆ ସାହି ଓ ବଡ଼ ଦାଣ୍ଡ ସାହି ର ଜଣେ ଲେଖାଏଁ ଏବଂ ଏହି ବ୍ଲକ କୁଲାଡ଼ ଗ୍ରାମର ୨ଜଣ,ବଦାଙ୍ଗୀ,ଦଦରା ଲୁଣ୍ଡା, ଖାରି ଗୁଡା ଓ ଗାମୁଣ୍ଡି ରୁ ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଜଣାପଡିଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.