କୋଭିଡ କେୟାର ହୋମରେ ସ୍ବାବଟେଷ୍ଟ ।

0 681

କୋଦଳା,୨୧/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ବି ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ ମେଡିକାଲ ଉପରେ  ନିର୍ଭର ନ କରି ନିଜ ସହର ରେ ହିଁ ଯେମିତି ରହି ଚିକିତ୍ସିତ  ହୋଇପାରିବେ ସେଥି ନିମିତ୍ତ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ କେୟାର ହୋମ “। କୋଦଳା ଏନ୍ଏସି କୋଭିଡ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଓ କବିରାଜ ଆର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ସମେତ ଏନ୍ଏସିର ୧୩ ଜଣ ୱାର୍ଡ  ଲେବେଲ ଅଧିକାରୀ ,୧୩ କୋଭିଡ ମନିଟର ଏବଂ ୧୩ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କୁ ନେଇ ୧୩ ଗୋଟି କମିଟି ଗଠନ କରାଯାଇ ଅଙ୍ଗନୱାଡି କର୍ମୀଙ୍କ ସହାୟତା ରେ ପ୍ରତ୍ୟକ ୱାର୍ଡରୁ ବ୍ଲଡ ପ୍ରେସର , ଡାଇବେଟିସ , କାଶ , ଜ୍ଵର ରେ ପିଡିତ ଥିବା ରୋଗୀଙ୍କୁ ଡାକି ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଏବଂ ସ୍ବାବ କେବିନ ମାଧ୍ୟମରେ ସେମାନଙ୍କ ଆଣ୍ଟିଜେନ ଟେଷ୍ଟ କରିବା ସହିତ ସ୍ବାବ କଲେକ୍ସନ କରାଯାଉଥିବା ଜଣାପଡ଼ିଛି ।ମଙ୍ଗଳବାର କୋଦଳା ଅଞ୍ଚଳର ୧୬ ଜଣ ସମେତ ପଞ୍ଚାୟତର ଦୁଇଜଣଙ୍କ ଆଣ୍ଟିଜେନ ଟେଷ୍ଟ ଓ ସ୍ବାବ ସଂଗ୍ରହ କରାଯାଇଥିଲା । ଏହି କାର୍ଯକ୍ରମ ସୋମବାର ଠାରୁ ଆରମ୍ଭ ହୋଇଥିବା ଏବଂ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ ପର୍ଯନ୍ତ ଚାଲୁ ରହିବ ବୋଲି କୋଦଳା ତହସିଲଦାର ତଥା ଏନଏସି କୋଭିଡ ନୋଡାଲ ଅଫିସର ପ୍ରଭାତ କୁମାର ପରିଡା ପ୍ରକାଶ କରିଛନ୍ତି ।ଏହି “କୋଭିଡ କେୟାର ହୋମ “ରେ ୨୦ ଶଯ୍ୟା ସହିତ ରୋଗୀ ମାନଙ୍କ ପାଇଁ ଖାଇବା ମେନୁ ,ଏମାର୍ଜେନ୍ସି କଣ୍ଟାକ୍ଟ, ଆକୁଆ ଗାର୍ଡ , ଇଣ୍ଡେକ୍ସନ ଚୁଲା , ଟିଭି ,ସମେତ ସମସ୍ତ ଆନୁସଙ୍ଗିକ  ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.