ବୋଲଗଡ଼,୧୪/୧୦(ପିପିଟି): ଧରାପୃଷ୍ଟକୁ ମା’ ଆଗମନ କରିଛନ୍ତି, ଘଣ୍ଟ,ଘଣ୍ଟି, ଶଙ୍ଖ,ହରିବୋଲ,ହୁଳହୁଳି, ଧ୍ୱନିରେ ଚହଳ ଖେଳୁଛି ଧରାପୃଷ୍ଟ ।ବୋଲଗଡ଼ ଅଞ୍ଚଳ ରେ ଆଜି ଶାରଦୀୟ ଦୁର୍ଗାପୂଜା ଅବସରରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ମା’ଙ୍କର ଆଜି ଦଶମୀପୁଜା ନିତୀ ପାଳିତହେଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ଗୁଡିକରେ ସାତ ଆଠଜଣ ପୂଜକଙ୍କୁ ଓ ବିନାଭକ୍ତରେ ମା ମହିଷାମର୍ଦିନୀଙ୍କର ନବମୀ ପୁଜା ଚାଲିଅଛି। ତେବେ ଚଳିତ ବର୍ଷ ମଧ୍ଯ କୋଭିଡ୍ କଟକଣା ନିୟମ ପାଳନ କରି ନିରାଡମ୍ବର ଭାବେ ପାଳନ କରାଯାଉଛି। ବୋଲଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ରାମ ଚଣ୍ଡୀ ପୀଠ ଓ କୋଶଳାଶୁଣୀ ପୀଠରେ ପୂଜାଉସ୍ଚବ ପାରମ୍ପାରିକ ଭାବେ ରୀତିନୀତିରେ ପାଳନ କରା ଯାଉଛି। ସେହିପରି ବାଙ୍କୋଇ,ସାଗରଗୁଆଁ, କୁମାରି, ସଁମପୁର, ଆରିକମା,ସାନପଦର ଏବଂ ମାଣିକଗୋଡା ପୂଜାମଣ୍ଡପ ଗୁଡିକରେ ମା ଦୁର୍ଗାଙ୍କ ର ନବମୀ ପୁଜା ନିରାଡମ୍ବର ଭାବେ ପାଳନକରାଯାଉଛି। ବିଶ୍ବରୁ ରୋଗ ,ଦୁଃଖ,ଦୂର କରିବା ପାଇଁ ପୂଜକ ମାନେ ପୀଠରେ ମନ୍ତ୍ର ଆବୃତ୍ତି ସହ ପାର୍ଥନା କରୁଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)