କୋଦଳା ର ଗଳିକନ୍ଦି ରେ ସ୍ଵତନ୍ତ୍ର ଟିମ ଦ୍ଵାରା ଥର୍ମାଲ ସ୍କ୍ରିନିଙ୍ଗ ଓ ଅକ୍ସିମିଟର ଟେଷ୍ଟ ।

0 252

କୋଦଳା,୦୮/୦୮(ପିପିଟି) ;ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ମୁତାବକ ଅଗଷ୍ଟ ୩୧ ପର୍ଯନ୍ତ ଲକଡାଉନ ଏବଂ ଶନିବାର , ରବିବାର ସପ୍ତାହନ୍ତ ସଟଡାଉନ । ପ୍ରଶାସନର ସଜାଗ ଓ ସଚେତନ ପରେ ଅଞ୍ଚଳ ଶୂନଶାନ ।ପ୍ରତ୍ୟେକ ପରିବାର ନିଜ ପରିବାରଙ୍କୁ ନେଇ ଘରେ । ଏହାରି ଭିତରେ ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଏବଂ କୋଭିଡ ସ୍ଵତନ୍ତ୍ର ଅଧିକାରୀ କବିରାଜ ଆର୍ଯ୍ୟଙ୍କ ପ୍ରତ୍ଯକ୍ଷ ତତ୍ଵାବଧାନ ରେ ଆୟୁଷ ଡାକ୍ତର , କୋଭିଡ ମନିଟର , ଅଙ୍ଗନୱାଡି କର୍ମୀଙ୍କ ଏକ ଟିମ ସାହି ସାହିର ପ୍ରତ୍ୟେକ ଘରକୁ ଯାଇ ସେମାନଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଦାବୀନେଇ କଳାବ୍ଯାଜ ପିନ୍ଧି ନିୟୋଜିତ ହୋଇଥିବା ଆଠ ଜଣିଆ ଆୟୁଷ ଡକ୍ଟର ଟିମ ସହିତ ପନ୍ଦର ଜଣିଆ ଅଙ୍ଗନୱାଡି କର୍ମୀ, କୋଭିଡ ମନିଟର ସେମାନଙ୍କ ସହାୟିକା ସହିତ ପ୍ରତ୍ୟେକ ସାହି ଏବଂ ଗଳିରେ ପଶି ଘର ଘର ଯାଇ ଲୋକଙ୍କୁ ଡାକି ଡାକ୍ତରଙ୍କ ଦ୍ଵାରା ସେମାନଙ୍କ ସ୍କ୍ରିନିଙ୍ଗ ସହିତ ବ୍ଲଡ ପ୍ରେସର , ଡାଇବେଟିସ ,ହାଇପରଟେନ୍ସନ , ଅକ୍ସିଜେନ ଓ ପଲସ ,କରୋନା ସଂକ୍ରମିତ ପାଇଁ ଉଦ୍ଦିଷ୍ଟ ଲକ୍ଷଣ ଚେକ କରିବା ସହିତ ସେମାନଙ୍କ ରେକର୍ଡ୍ସ ପଞ୍ଜିକରଣ କରି କରାଯାଉଥିବା ଦେଖିବାକୁ ମିଳିଛି ।ଗୋହିରିନାଳ ସାହିଠାରେ ଆୟୁଷ ଡକ୍ଟର ସଞ୍ଜୟ କୁମାର ସାହୁ , ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , କୋଭିଡ ମନିଟର ବାବୁଲା ମୁଦୁଲି , ବିଜୁ ଡାକୁଆ ନିଜ ଟିମ ସହିତ ସ୍କ୍ରିନିଙ୍ଗ ଟେଷ୍ଟ କରୁଥିବା ଜଣାପଡ଼ିଛି । ସ୍ଵତନ୍ତ୍ର ଅଧିକାରୀ ଟିମ ନିକଟରେ ପହଞ୍ଚି ଜଦି କାହାର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସଫଳ ପଦକ୍ଷେପ ଗ୍ରହଣ କରିବାକୁ ଟିମକୁ ପରାମର୍ଶ ଦେବା ସହିତ ଲୋକମାନେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି କହୁଥିବା ଦେଖିବାକୁ ମିଳିଛି । ବାରମ୍ବାର ଏପରି ଚେକାପ ହେଉଥିବାରୁ ଜନସାଧାରଣ କୋଦଳା ପ୍ରଶାସନ ପ୍ରତି ସନ୍ତୋଷ ବ୍ୟକ୍ତ କରୁଛନ୍ତି ତ କିଛି ଅମାନିୟା ଟିମକୁ ଗାଳିଗୁଲଜ କରୁଛନ୍ତି ବୋଲି ମନିଟର ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.