କୋଦଳା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟିକା ।

0 521

କୋଦଳା,୨୦/୧୨(ପିପିଟି); କୋଦଳା ଏନଏସି ର ବିଭିନ୍ନ ୱାର୍ଡ କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରାତଭ୍ରମଣରେ ଆସି ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରି ନବ ନିର୍ମିତ ନିର୍ମାଣଧୀନ କାର୍ଯ୍ୟକୁ ଅନୁଧ୍ୟାନ କରି ଫେରିଥିବା ଜଣା ପଡିଛି । ରବିବାର ସକାଳୁ ସକାଳୁ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ କୋଦଳା ଏନ୍ଏସି ପରିବା ବିକାଳିଙ୍କ ଅନୁରୋଧ କ୍ରମେ ଶତାଧିକ ମହିଳା ଓ ପୁରୁଷ ବ୍ୟବସାୟିଙ୍କ ଗହଣରେ ଆସ୍ଥାୟୀ ପରିବା ବଜାରକୁ ଯାଇ ସେମାନଙ୍କ ସମସ୍ୟା ବୁଝି ଅତିଶୀଘ୍ର ପରିବା ବଜାର ନିମନ୍ତେ ଭେଣ୍ଡିଙ୍ଗ୍ ଜୋନ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ନବନିର୍ମିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ । ସେହି ସମୟ ରେ ଜନସାଧାରଣଙ୍କ ଅନୁରୋଧ କ୍ରମେ ୱାର୍ଡ ନଂ ୨ ଗୌଡ଼ସାହି ମୁହଁ ରେ ବିପଦସଂକୁଳ ଅବସ୍ଥା ରେ ଥିବା ବହୁ ପୁରାତନ ଜଗତା ନାଳ ଶଙ୍ଖ ଓ ତାହାର ଗାର୍ଡୱାଲ ର କିଛି ଅଂଶ ଭାଙ୍ଗି ରୁଜି ଯାଇଥିବା ଦେଖିବା ପରେ ଏହାକୁ ତୁରନ୍ତ ନିର୍ମାଣ କରାଯିବ ବୋଲି କହିଥିଲେ!ପରେ ପରେ ଖଡୁରା ସାହି, କରଣ ସାହି, ପାଣ୍ଡି ସାହି, ରାମଚନ୍ଦ୍ର ପୁର ରାସ୍ତା ଓ ଡ୍ରେନେଜ ନିର୍ମାଣ ର ଅଗ୍ରଗତି , ଶକ୍ତିନଗର, ହରିଜନ ସାହି , ମାଛ ମାର୍କେଟ ର ନବନିର୍ମିତ ଗୃହ/ପେବର ରୋଡ଼,ଉକ୍ତ ସମସ୍ତ ୱାର୍ଡ ରେ ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ପ୍ରସ୍ତାବିତ କାର୍ଯ୍ୟ ଗୁଡିକ ଅତିଶୀଘ୍ର ନିର୍ମାଣ କରାଯିବାକୁ ଚେଷ୍ଟା କରାଯିବ ବୋଲି କହିବା ସହ ଡେରାସାହି, ଦେଇ ଜଗନ୍ନାଥ ମନ୍ଦିର ପହଞ୍ଚି ମନ୍ଦିର ମଧ୍ୟ ରେ ନୂତନ ଗୃହ ପାଇଁ ବିଧାୟିକା ହାତ ପାଣ୍ଠିରୁ କିଛି ଅନୁଦାନ ପ୍ରଦାନ କରିଥିଲେ ।ବିଧାୟିକାଙ୍କ ସହିତ ବିଜେଡି କର୍ମକର୍ତ୍ତା ସମେତ ବହୁ କର୍ମୀ ଉପସ୍ଥିତ ଥିଲେ । ଏନ୍ଏସି କାର୍ଯ୍ୟକ୍ରମ ପରେ ଅଞ୍ଚଳର ଚାଷୀ ମାନଙ୍କ ଅନୁରୋଧ ରକ୍ଷାକରି ବାଘୁଆ ଠାକୁରାଣୀ ମନ୍ଦିର ରେ ଚାଷୀଙ୍କ ବୈଠକ ରେ ପହଞ୍ଚି ଥିଲେ । ପାଣି ଆସିବାକୁ ସମସ୍ତ ସୁବିଧା ସତ୍ୱେ କେନାଲ ଖୋଳାର ଅବ୍ୟବସ୍ଥାର ସମାଧାନ କରି ଚାଷୀଙ୍କ ଜମିକୁ ପାଣି ଯୋଗାଇବା ନିମନ୍ତେ କେନାଲର ପୁନଃରୁଦ୍ଧାର କରିବ । ପାଇଁ ଅନୁରୋଧ କରିଥିଲେ! ଅଣ ଜଳସେଚିତ ଜମିକୁ ଜଳସେଚନ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ସହିତ କେନାଲ କାମ ଖୁବଶୀଘ୍ର ଆରମ୍ଭ ହୋଇ ଶେଷ କରାଯିବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇ ଫେରିଥିଲେ । ବାଘୁଆ ଠାକୁରାଣୀଙ୍କ ମନ୍ଦିର ପୁନଃରୁଦ୍ଧାର ନିମନ୍ତେ ନିଜସ୍ୱ ପାଣ୍ଠିରୁ କିଛି ବ୍ୟବସ୍ଥା କରିଥିବା ଜଣା ପଡିଛି ।

Leave A Reply

Your email address will not be published.