କୋଦଳାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ।

0 663

କୋଦଳା,(ପିପିଟି)୧୭/୦୬,  ବୁଧବାର ସକାଳୁ ସକାଳୁ  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ କୋଦଳାର ବସଷ୍ଟାଣ୍ଡ ଚାରିଛକ ଠାରେ ପହଞ୍ଚି କିଛି ସମୟ ସେଠାରେ ଉପସ୍ଥିତ ରହି ବିଭିନ୍ନ ଦୋକାନ ବଜାର ସଫେଇ,  ମାସ୍କ ପିନ୍ଧିବା , ସାମାଜିକ ଦୂରତା ବଜାୟ ରହୁଛି ନା ନାହିଁ ଦେଖିଥିଲେ । ଏନ୍ଏସି ତରଫରୁ କରୋନା ସଂକ୍ରମଣ ସମ୍ପର୍କ ମାଇକ ପ୍ରଚାର ଗାଡି ବୁଲୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ,ବର୍ଯ୍ୟବସ୍ତୁ ପୁନରୁଦ୍ଧାର ସୁବିଧା ଗୃହ ପରିଦର୍ଶନ କରି ଖୁଶି ବ୍ୟକ୍ତ କରିଥିଲେ ଏବଂ ଏନଏସି  ପ୍ରଶାସନ କୁ ସାବାସୀ ଦେଇଥିଲେ ।  ପରିଶେଷରେ ନିର୍ବାହି ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସହିତ ବିସ୍ତ୍ରୁତ ଆଲୋଚନା କରି କବିସୂର୍ଯ୍ୟନଗର ଅଭିମୁଖେ ଯାଇଥିଲେ । ଏହି ଗସ୍ତ କାର୍ଯକ୍ରମ ସମୟରେ ଏନ୍ଏସି କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା, ସାନିଟେସନ ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ,ସ୍ୱପ୍ନ କୁମାର ସାହୁ , ଦ୍ଵାରୀକା ନାଥ ପାଢ଼ୀ ,ଧୀରଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.