କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଟିୟୁସିସି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିତ ।

0 553

ଭୁବନେଶ୍ୱର,୦୪/୦୭(ପିପିଟି) ;କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ନୀତି, ଶ୍ରମ ଆଇନ ରେ ସଂଶୋଧନ ବିରୋଧରେ ଓ କରୋନା ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଶ୍ରମଜୀବୀ ମଣିଷର ଦାବୀ ନେଇ ଶୁକ୍ରବାର ଦିନ  ଟିୟୁସିସି ସମେତ ଅନ୍ୟାନ୍ୟ ଶ୍ରମିକ ସଂଗଠନ ମାନଙ୍କର ଡ଼ାକରାରେ ସାରା ଦେଶରେ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ଟିୟୁସିସି ରାଜ୍ୟ କମିଟି ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମ ରେ ଟିୟୁସିସି ର ରାଜ୍ୟ ଆବାହକ ଜ୍ୟୋତି ରଞ୍ଜନ ମହାପାତ୍ର, ଶ୍ରମିକ  ନେତା ସ୍ମୃତି ରଞ୍ଜନ ରାଓ ,ଯୁବ ନେତା ନାରାୟଣ ଡାଳୁଅl, ଶ୍ରମିକ ନେତା ବିଜୟ ସାହୁ, ମିଟୁ ମହାପାତ୍ର, କପିଳ କାଣ୍ଡି, ଭାନୁମତୀ କାଣ୍ଡି,  ଦୀପା କାଣ୍ଡି, ଲକ୍ଷଣ ଦାସ ପ୍ରମୁଖ ଅଂଶଗ୍ରହଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନିତିର ସମାଲୋଚନା କରିବା ସହ ପ୍ରତ୍ୟେକ ଶ୍ରମିକ ପରିବାରକୁ ମାସିକ ୧୦୦୦୦ ଟଙ୍କା ପ୍ରଦାନ, ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ମାସିକ ୧୦ କେଜି ଚାଉଳ ପ୍ରଦାନ କରିବା, ବନ୍ଦ ପଡ଼ିଥିବା କଳ କାରଖାନା ର ପୁନରୁଦ୍ଧାର କରି ସେଠାରେ ପ୍ରଵାସୀ ଶ୍ରମିକ ମାନଙ୍କୁ ନିଯୁକ୍ତି ପ୍ରଦାନ, ବର୍ଦ୍ଧିତ ତୈଳଦର ତୁରନ୍ତ ହ୍ରାସକରିବା, ମନରେଗା  ମାଧ୍ୟମରେ ଉଭୟ ଗ୍ରାମାଞ୍ଚଳ  ଓ ସହରାଞ୍ଚଳରେ  ସମସ୍ତଙ୍କୁ ୨୦୦ ଦିନ କାମ ଯୋଗାଇଦେବା କୁ ଦାବୀ କରି ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ସାମାଜିକ ଦୂରତ୍ୱ କୁ ବଜାୟ ରଖି ବହୁ ସଂଖ୍ୟାରେ ଶ୍ରମିକ ସାଥିମାନେ ଯୋଗଦେଇଥିଲେ l

Leave A Reply

Your email address will not be published.