କୃଷିକ୍ଷେତ୍ରରେ ନୂଆ ସମ୍ଭାବନା ଇକୋ ଏନ ରିଚ୍।

0 692

ଭୁବନେଶ୍ବର,୦୬/୦୭(ପିପିଟି);ବର୍ତ୍ତମାନ ଚାଷଜମିରେ ରାସାୟନିକ ସାର ଓ ବିଷର ପ୍ରାଦୁର୍ଭାବ ପାଇଁ ଚାଷୀ ଅନେକ କ୍ଷତି ସହୁଛି । ଏହା ସ୍ୱାରା ଜମିର ମାନ ହ୍ରାସ ପାଇବା ସହ ଫସଲର ଗୁଣବତ୍ତା ବି ନଷ୍ଟ ହେଉଛି । ଏହି ପରିପ୍ରେକ୍ଷୀରେ ଇକୋ ଏନରିଚ କୃଷି କ୍ଷେତ୍ରରେ ଏକ ନୂଆ ସମ୍ଭାବନା ଅଟେ । ଏଗ୍ରିସୋଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜୈବିକ ସାର ଏବେ ସାରା ଓଡ଼ିଶାରେ ବେଶ ଲୋକପ୍ରିୟ ଅଟେ । କମ୍ପାନୀର ପ୍ରତିଷ୍ଠାତା ସ୍ନିଗ୍ଧାରାଣୀ ପାତ୍ରଙ୍କ କହିବା ଅନୁସାରେଏହାକୁ ପ୍ରଥମେ ବରଗଡ଼ରୁ ଆରମ୍ଭ କରିଥିଲି ।  ବର୍ତ୍ତମାନ ଓଡ଼ିଶାର ତିରିଶଟି ଜିଲ୍ଲାରେ ଏହା କାର୍ଯ୍ୟ କରୁଛି । ଚାଷୀ ମାନେ ବି ବେଶ ଆଗ୍ରହର ସହ ଆମକୁ ସ୍ୱାଗତ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲା ମାନଙ୍କରେ ଆମର ସଂଯୋଜକ ମାନେ ଅଛନ୍ତି । ସେମାନଙ୍କ ସହାୟତାରେ ଆମେ ଗାଁ ମାନଙ୍କରେ ଚାଷୀଙ୍କ ସହ ମିଶି କଥା ବାର୍ତ୍ତା ହେବା ସହ ଇକୋ-ଏନରିଚ୍ର ଉପଯୋଗିତା ବିଷୟରେ ସବିଶେଷ ତଥ୍ୟ ବି ଦେଉଛୁ । ଏହା ଦ୍ୱାରା ଚାଷୀ ବି ଆମ ସହ ଯୋଡ଼ିହେବାକୁ ସ୍ୱତଃ ଇଚ୍ଛା ବ୍ୟକ୍ତ କରୁଛନ୍ତି । କୃଷି କ୍ଷେତ୍ରରେ ଇକୋ ଏନ ରିଚ୍ ଏକ ଆରମ୍ଭ ମାତ୍ର । ଏହା ଦ୍ୱାରା ୧ଏକର ଜମିରୁ ୨ଏକର ଜମିର ଫସଲ ପାଇପାରିବେ । ଏହା ଦ୍ୱାରା ରାସାୟନିକ ସାରର ବ୍ୟବହାର ୫୦% କମିପାରିବ । ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆମେ ଚେଷ୍ଟିତ । କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ହେଲେ ବି ସେମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ । ଫୋଲିଆର ସ୍ପ୍ରେ ଭାବରେ ଏହାକୁ ଚାଷୀ ମାନେ କ୍ଷେତରେ ବ୍ୟବହାର କରିପାରିବେ । ଦ୍ୱିତୀୟରେ ସହରାଞ୍ଚଳରେ  କୃଷି ଯଥା ପାକଶାଳା ବଗିଚା , ରୁଫଟପ୍ ଗାଡେର଼୍ନିଂ ଏମିତି କାର୍ଯ୍ୟରେ ମଧ୍ୟ ଉପଯୋଗ କରିହେବ । ଇକୋ ଏନ ରିଚ ଏମିତି ଏକ ଦ୍ରବ୍ୟ ଯାହାକୁ ଚାଷୀମାନେ ସବୁ ଫସଲରେ ବ୍ୟବହାର କରିପାରିବେ  । ଏହା ପରିବେଶ ଅନୁକୁଳ ହେବା ସହ ମୃତ୍ତିକାର ଉର୍ବରତା ବି ବଢେ଼ଇଥାଏ । ଯେହେତୁ ଏହା ଜୈବିକ ଉପାୟରେ ପ୍ରସ୍ତୁତ ତେଣୁ ଫସଲର ରୋଗ ପୋକ ସଂଖ୍ୟା ବି ଅନେକ ମାତ୍ରାରେ କମ ହୋଇ ପାରୁଛି ।

Leave A Reply

Your email address will not be published.