କୃଷକ ସଭା ପକ୍ଷରୁ ଏରସମା ଠାରେ କୃଷକ ସମ୍ବର୍ଦ୍ଧନା ଉତ୍ସବ ।

0 331

ଏରସମା,(ପିପିଟି ନ୍ଯୁଜ୍) ୧୬/୦୫, ଶନିବାର ଏରସମା ଠାରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ସାଥି ଶଶୀଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ କୃଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଲ୍ଲେଖଯୋଗ୍ୟ ଆଜି କରୋନା ମହାମାରୀ ସମୟରେ ସମସ୍ତେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରୁଥିବାବେଳେ, ମହାମାରୀ, ବାତ୍ୟା, ବନ୍ୟା, ମରୁଡି ଭଳି ଅଗଣିତ ପ୍ରାକୃତିକ ବିପର୍ଯୟକୁ ସାମ୍ନା କରି  ସମସ୍ତ ଅନୁକୂଳ ଓ ପ୍ରତିକୂଳ ସମୟ ଓ ପରିସ୍ଥିତିରେ ନିଜ ଲହୁ କୁ ଝାଳ ରେ ପରିଣତ କରି ଆମକୁ ଦାନା ଯୋଗାଉଥିବା ଆମମାନଙ୍କର ପ୍ରକୃତ ଯୋଦ୍ଧା କୃଷକ ମାନଙ୍କୁ ଭୁଲିଯାଉଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି କୃଷକ ସଭା ପକ୍ଷରୁ ଉପଢୌକନ ଓ ମାସ୍କ ପ୍ରଦାନ କରାଯାଇ ଶତାଧିକ କୃଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ କୃଷକ ସଭା ର ରାଜ୍ୟ ସମ୍ପାଦକ ସାଥି ରାମଚନ୍ଦ୍ର ମୁଦୁଲି, କୃଷକ ନେତା ବଂଶୀଧର ବେହେରା, ସର୍ବେଶ୍ୱର ବେଉରା,ସିପିଆଇ ର ଜିଲ୍ଲା ସମ୍ପାଦକ ଅଭିଜିତ ସାହୁ ଓ ଯୁବ ସଙ୍ଘର ଜିଲ୍ଲା ସମ୍ପାଦକ ଦେବାଶିଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.