କୂଅ ରୁ ଉଦ୍ଧାର ହେଲା ମୃତଦେହ।

0 272

ବୋଲଗଡ଼,୧୪/୧୦(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଗୋଡା ଗ୍ରାମରେ ଆଜି ସକାଳୁ କୂଅ ମଧ୍ୟରୁ ଠାବ ହେଲା ମୃତଦେହ । ସୂଚନା ଥାଉ କି ଆଜି ପ୍ରାୟ ଭୋର ୪ ଟା ସମୟରେ ବାବନ ମାଣୀଆ ନାମକ ଜଣେ ବ୍ୟକ୍ତି ଶୌଚ ଯିବା ଅବସ୍ଥା ରେ ମସ୍ତିଷ୍କ ଭ୍ରମ ହୋଇଥିବାରୁ ସେ କୂଅ ମଧ୍ୟରେ ପଡ଼ିଯାଇଥିଲେ । ତାଙ୍କର ଘରର ଲୋକମାନେ ଖୋଜିବା ରୁ ଘର ଠାରୁ ୩୦୦ ମିଟର ଦୂରରେ ଥିବା କୂଅ ନିକଟରୁ ତାଙ୍କର ଏକ ସାଲ,ବାଡି ପଡ଼ିଥିବାର ଦେଖି କରି ବେଗୁନିଆ ଅଗ୍ନିଶ୍ରମ ବିଭାଗକୁ ଖବର କରିଥିଲେ । ଅଗ୍ନିଶ୍ରମ ବାହିନୀ ଆସି ମୃତ ଦେହକୁ ଉଦ୍ଧାର କରି ପୋଷ୍ଟ ମର୍ଟମ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.