କିନୀ ଇମ୍ଫୋଟେକ କାର୍ଯ୍ୟାଳୟରେ ଭଙ୍ଗାରୁଜା; ୪ଟି କମ୍ପ୍ୟୁଟର ଓ ଗୋଟେ ପ୍ରିଣ୍ଟର ଲୁଟିନେଲେ ଦୁର୍ବୁତ୍ତ ।

0 268

ଭଞ୍ଜନଗର,୧୫/୦୧(ପିପିଟି):ଭଞ୍ଜନଗର ହାଇସ୍କୁଲ ଛକ ଠାରେ ଥିବା ୟୁକୋ ବ୍ୟାଙ୍କ ଉପର ମହଲାରେ ଗତ କିଛି ମାସ ତଳେ ଖୋଲିଥିବା କିନୀ ଇମ୍ଫୋଟେକ ଡାଟା ଏଣ୍ଟ୍ରି କାର୍ଯ୍ୟାଳୟରେ ଶନିବାର ଅପରାହ୍ନରେ କିଛି ଦୁର୍ବୁତ୍ତ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୪ଟି କମ୍ପ୍ୟୁଟର ଓ ଗୋଟିଏ ପ୍ରିଣ୍ଟର ଲୁଟି ନେଇଥିବା ଜଣାପଡିଛି।ଏହି ସଂସ୍ଥା ଠାରୁ ବହୁ ଗ୍ରାହକ ପ୍ରକଳ୍ପ କ୍ରୟ କରି ଡାଟା ଏଣ୍ଟ୍ରି କରିଦେବା ପରେ ନିଜ ମୂଳ ଟଙ୍କା ସହ କିଛି ଲାଭ ପାଉଥିଲେ।ଯାହା ଫଳରେ ଦିନକୁ ଦିନ ବହୁ ଗ୍ରାହକ ଏହି କାର୍ଯ୍ୟରେ ନିୟୋଜିତ ହୋଇ ଭଲ ଦୁଇ ପଇସା ରୋଜଗାର କରି ଆସୁଥିଲେ।ହେଲେ ସେଥି ମଧ୍ୟରେ କିଛି ଲୋକ ଅସାଧୁ ଉପାୟ ଅବଲମ୍ବନ କରି ପଇସା ରୋଜଗାର କରିବା ପାଇଁ ଲାଗି ପଡ଼ିଥିଲେ।ତାହା ଜଣାପଡିବା ଯୋଗୁଁ ଗତ କିଛି ଦିନ ହେବ ସେମାନଙ୍କର ପଇସା ପାଇବାରେ ବିଳମ୍ବ ହୋଇଥିଲା।ଯାହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରି ଆସୁଥିଲେ। ଶନିବାର କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଅଫିସକୁ ଯାଇ କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ।ଏହି ସୁଯୋଗରେ ଆଉ କିଛି ଲୋକ ଅଫିସରେ ଥିବା ୪ଟି କମ୍ପ୍ୟୁଟର ଓ ଗୋଟେ ପ୍ରିଣ୍ଟର ଖୋଲି ନେଇ ଯାଇଥିଲେ।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ।ସେଥି ମଧ୍ୟରେ ୩ଜଣଙ୍କୁ ପୁଲିସ ଅଟକ ରଖିବା ସହ ଥାନା ଅଧିକାରୀ ଧିରେସ କୁମାର ଦାସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ ଚଳାଇ ଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.