କାଶୀପୁର ଡାକ୍ତରଙ୍କ କ୍ରିକେଟ ଖେଳ ରୋଗୀଙ୍କ ପାଇଁ କାଳ।

0 488

ରାୟଗଡା,୨୨/୧୨(ପିପିଟି); ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତରଙ୍କ କ୍ରିକେଟଖେଳ ନିଶା ଚର୍ଚ୍ଚାର ବିଷୟ ହୋଇଛି। କୋରନା କାଳରେ କେବଳ ଆମଦେଶ ଭାରତ ନୁହେଁ ସାରା ବିଶ୍ୱର ଜନତା ଡାକ୍ତରଙ୍କ ପ୍ରଶଂସାରେ ଶତମୁଖ ହେଉଥିବା ବେଳେ କାଶୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାଶୀପୁର ବ୍ଲକର ୪୧୨ଖଣ୍ଡ ଗ୍ରାମ ଏବଂ ୨୪ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି ସୂଚନା ଅନୁଯାୟୀ ଲୋକଙ୍କୁ ଉଚ୍ଚସ୍ତର ସେବା ଯୋଗାଇବା ତଥା ଏହା ଅଧିନରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ରହିଛି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କାଶୀପୁର ଉପରେ । ସରକାରଙ୍କ ନିୟମ ଅନୁସାରେ ୪ଜଣ ସ୍ପେଷାଲିଷ୍ଟ ଓ ୩ ଜଣ ଏମବିବିଏସ ଡାକ୍ତର ପୋଷ୍ଟ ଥିବାବେଳେ ଏଠାରେ ୩ଜଣ ଡାକ୍ତର କାର୍ଯ୍ୟରତ ଥାଇମଧ୍ୟ ସେମାନଙ୍କୁ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଫୁରସତ ମିଳୁଛି କିପରି ? ଯନ୍ତ୍ରଣା ଜର୍ଜରିତ ରୋଗୀମାନଙ୍କୁ ଅଣ ଦେଖା କରି କ୍ରିକେଟ ଖେଳରେ ମାତିବା ପାଇଁ ଡାକ୍ତର ମାନଙ୍କୁ ଅନୁମତି ଦେଲାକିଏ ବୋଲି ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଙ୍କିମାରୁଛି । ଏହିପରି କାଶୀପୁର ବ୍ଲକ ଆଦିବାସୀ ଅଧ୍ୟୁସିତ ପଛୁଆ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ସରଳତାର ସୁଯୋଗ ନେଇ ଅଫିସର ବାବୁ ମାନେ ତାର ଫାଇଦା ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜଣେ ସରକାରୀ ଡାକ୍ତରଙ୍କ ପାଇଁ ରୋଗୀଙ୍କ ଜୀବନ ବଡ଼ ନା କ୍ରିକେଟ ଖେଳ ବଡ଼ । OPD, EPD ତଥା ମା ଗୃହର ଦାୟୀତ୍ୱ ଥିବା ଏହି ଡାକ୍ତର ମାନେ କେଉଁ ଆଧାର ବଳରେ ଖୋଲା ଖୋଲି ନିୟମ ଉଲଙ୍ଘନ କରୁଛନ୍ତି ? ସ୍ୱାସ୍ଥ୍ୟ ବିଭାଗୀୟ ଉଚ୍ଚ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।ଡାକ୍ତରଙ୍କୁ ଭଗବାନଙ୍କ ଅବତାର ଭାବେ ଗ୍ରହଣ କରୁଥିବା ବେଳେ ଡାକ୍ତରଙ୍କ ଖେଳ ମୃତ୍ୟୁ ସଂଗ୍ରାମ କରୁଥିବା ରୋଗୀଙ୍କ ପାଇଁ କାଳ ନୁହେଁତ। ଆମ ଓଡିଶାର ନବୀନ ସରକାର ଚିକିତ୍ସା କ୍ଷେତ୍ରରେ ସେବାର ମାନ ବୃଦ୍ଧି କରିବାକୁ 5Tରେ ଲାଗୁ କରିଥବା ବେଳେ ଏହି ଡାକ୍ତର ମାନଙ୍କୁ ଦିନଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅନୁମତି ଦେଲା କିଏ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ବିଷୟରେ କାଶୀପୁର ସ୍ୱାସ୍ଥ୍ୟବିଭାଗୀୟ ଅଧିକାରୀଙ୍କୁ ଗଣ ମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ଅଧିକାରୀ ବାବୁଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।ଏହି ବିଷୟରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.