କାଉ ଆକ୍ରମଣରେ ସରପଞ୍ଚ ଆହତ ଘଟଣାକୁ ନେଇ କଳମ୍ବରେ ଉତ୍ତେଜନା,ଥାନାରେ ମାମଲା ରୁଜୁ ।

0 3,383

ପୋଲସରା,(ପିପିଟି ନ୍ଯୁଜ୍)୧/୬,ପୋଲସରା ଥାନା ଅନ୍ତର୍ଗତ କଳମ୍ବରେ ରବିବାର ଦିନ କାଉ ଆକ୍ରମଣରେ ସରପଞ୍ଚ ଆହତ ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ କଳମ୍ବ ଗାଁରେ କ୍ବାରେଣ୍ଟାଇନ ସେଣ୍ଟରକୁ ମଦ ଯୋଗଣକୁ ନେଇ ଉତ୍ତେଜନା ଦେଖା ଯାଇଇଥିଲା ।କ୍ବାରେଣ୍ଟାଇନ୍ ସେଣ୍ଟର କିଛି ମଦୁଆ ରହୁଥିବାରୁ ମଧ୍ୟ ସମସ୍ଯା ସୃଷ୍ଟି ହେଉଛି ।କିଛି ଦିନ ହେବ କଳମ୍ବରେ ଚୋର ମଦ ବେପାରୀ ସକ୍ରୀୟ ।ଚୋରା ମଦ ବେପାରୀ ବିକାଶ ସାହୁ ଓରଫ କାଉ ତାର କିଛି ସହଯୋଗୀଙ୍କୁ ଧରି ରବିବାର ଦିନ ପୁଣି କ୍ବାରେଣ୍ଟାଇନ୍ ସେଣ୍ଟରରେ ମଦ ଯୋଗାଇବା ଘଟଣାକୁ ନେଇ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ତାଗିଦ୍ କରିଥିଲେ କିନ୍ତୁ ପରିସ୍ଥିତି ଓଲଟା ହୋଇଥିଲା କାଉ ଓ ତାର ସହଯୋଗୀ ମାନେ ସରପଞ୍ଚଙ୍କୁ ଗାଳି ଗୁଲଜ କରିବା ସହ ଧକ୍କା ମାରି ସାର୍ଟ ଚିରି ଦେଇଥିଲେ ।କ୍ବାରେଣ୍ଟାଇନ୍ ସେଣ୍ଟରରେ ରୋଷେଇ କରୁଥିବା କିଛି ସ୍ବଛାସେବୀ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପାଇଁ ଉଦ୍ୟମ ବେଳେ କାଉ ଗ୍ଯାଙ୍ଗ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ରବିବାର ଦିନ କଳମ୍ବ ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଥିଲା ।କାଉ ଗ୍ଯାଙ୍ଗ ଗିରଫ ଦାବିରେ କବିସୂର୍ଯ୍ଯ ନଗର କଳମ୍ବ ରାସ୍ତାକୁ ୭ଘଣ୍ଟା ଧରି କାଠ ଗଣ୍ଡି ପକାଇ ଟାୟାର ଜାଳି ଅବରୋଧ କରାଯାଇଥିଲା ।ପୋଲସରା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।ଆଲୋଚନା ଗ୍ରାମର ଯୁବକ ମାନେ ଲୁଚାଇ ରଖାଯାଇଥିବା ଏକ ବସ୍ତା ମଦ ଜବତ ପରେ ଉତ୍ତେଜନା ବଢିଥିଲା ।ପୋଲସରା ବିଡିଓ ଶମ୍ଭୁ ନାଥ ନନ୍ଦି ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲିକ ସଦଳବଳେ ପହଞ୍ଚିଥିଲେ । କିଛି ସମୟ ପାଇଁ ପୋଲିସ୍ ଓ ଜନତା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମଧ୍ୟ ପହଞ୍ଚି ଆଲୋଚନା କରି ପରିସ୍ଥିତି ନିୟନ୍ତ୍ରଣକୁ ନେଇଥିଲେ ।କାଉ ସମେତ ଚାରିଜଣଙ୍କୁ ଗିରଫ କରିବା ଓ ମଦୁଆ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଗ୍ରାମବାସୀ ଦାବି କରିଥିଲେ ।ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଥାନାରେ  ବିକାଶ ସାହୁ ଓରଫ କାଉ,ସନ୍ତୋଷ ପ୍ରଧାନ,ରଞ୍ଜିତ କୁମାର ସାହୁ ଓ ଅନ୍ୟ  ନାମରେ ଏତଲା ଦେଇଥିଲେ ।ଥାନାରେ କେସ୍ ନମ୍ବର ୧୧୯ ତାରିଖ ୩୧/୦୫/୨୦୨୦ ଅନୁଯାଇ ଧାରା ୨୬୮/୨୭୧/୩୪୧/୨୯୪/୩୨୩/୫୦୬/୩୪ ରେ ମକଦ୍ଦମା ରୁଜୁ କରାଯାଇଛି ।ଅଭିଯୁକ୍ତ କାଉ ପରୋକ୍ଷରେ ପୋଲିସ ସହ ସଂପର୍କରେ ଥିବା କଥା ଗାଁରେ ଚର୍ଚ୍ଚା ଶୁଣିବାକୁ ମିଳୁଛି । କାଉ ଜୁଆ ଆଡ୍ଡାସ୍ଥଳୀ ମଧ୍ୟ ଚଳାଉଥିବା କୁହାଯାଉଛି ।ତେଣୁ କାଉ ଗ୍ଯାଙ୍ଗ ସକ୍ରୀୟ ଥିବା ରହସ୍ୟ ରାସ୍ତା ପଡି ହାଟରେ ଗଡୁଛି ।

Leave A Reply

Your email address will not be published.